କନକ ବ୍ୟୁରୋ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ସମାଧାନ ପାଇଁ ଅନେକ ଫୋରମ ଅଛି । ପୂର୍ବ ସରକାର ୨୪ ବର୍ଷ ଧରି ଶାସନରେ ରହିବା ସତ୍ୱେ ବିବାଦର ସମାଧାନ ହୋଇପାରିଲା ନାହିଁ । ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ଟ୍ରିବ୍ୟୁନାଲରେ ସଠିକ୍ ଭାବେ ନିଜ ପକ୍ଷ ରଖିଲେ ନାହିଁ ପୂର୍ବ ସରକାର । ଏପରିକି କେନ୍ଦ୍ର ସରକାରଙ୍କ ମଧ୍ୟ ସହାୟତା ନିଆଗଲା ନାହିଁ । ତେବେ ଖୁବଶୀଘ୍ର ବିବାଦର ସମାଧାନ ପାଇଁ ବାଟ ଫିଟିବ । ଆଉ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ।

Advertisment