ରାଜସ୍ୱ ମନ୍ତ୍ରୀଙ୍କ ବାସଭବନ ଘେରିଲେ ନବ ନିର୍ମାଣ ଯୁବଛାତ୍ର ସଂଗଠନ । ଜଟଣୀରେ ଜଗନ୍ନାଥ ଜମି ବିବାଦକୁ ନେଇ ବିକ୍ଷୋଭ ପ୍ରଦର୍ଶନ ।

68

କନକ ବ୍ୟୁରୋ: ଜଟଣୀ ଜମି ବିବାଦକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବାସଭବନ ଘେରିଲା ନବ ନିର୍ମାଣ ଯୁବଛାତ୍ର ସଂଗଠନ । ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଆଗରେ ଆନ୍ଦୋଳନକାରୀ ଧାରଣା ଦେଇଥିଲେ । ରାଜ୍ୟ ସରକାର ଜଟଣୀରେ ଥିବା ଜଗନ୍ନାଥଙ୍କ ଜମିକୁ ହେରଫେର କରାଯାଇଥିବା ଅଭିଯୋଗ ହୋଇଛି । ଏହି ବିବାଦର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି । ବାରମ୍ବାର ଜଣାଇଥିଲେ ବି କିଛି ଲାଭ ହେଉନାହିଁ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ତେଣୁ ଆଜି ରାଜସ୍ୱ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇଥିଲେ । ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ।