କନକ ବ୍ୟୁରୋ: ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେଠାରେ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଆଟେଣ୍ଡାନ୍ସ ରେଜିଷ୍ଟର ଯାଞ୍ଚ କରିବା ଠାରୁ ଆରମ୍ଭ କରି ଫାଇଲ ଗୁଡିକୁ ତନଖି ଦେଖିଥିଲେ । ଏହାସହ କର୍ମଚାରୀଙ୍କ ଉପସ୍ଥିତି ସହ କାମ କିପରି ହେଉଛି ସେ ନେଇ କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କିଛି ଫାଇଲ କାହିଁକି ପେଣ୍ଡିଙ୍ଗ ରହିଛି ବୋଲି ପ୍ରଶ୍ନ କରିଥିଲେ ମନ୍ତ୍ରୀ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସରପ୍ରାଇଜ୍ ଭିଜିଟ ; ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରି ତନଖିଲେ ବିଭିନ୍ନ ବିଭାଗ
/kanak/media/post_attachments/wp-content/uploads/2024/08/32-11.jpg)