ବେଆଇନ ବାଲି ଘାଟରେ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଆକ୍ସନ ମୋଡରେ ପୋଲିସ; ମାହଙ୍ଗା ଥାନାରେ ୬ଜଣଙ୍କ ନାଁରେ ଏତଲା

ହତ୍ୟା ଉଦ୍ୟମ ଓ କୋଭିଡ ନିୟମ ଉଲ୍ଲଘଂନ ନେଇ ମାମଲା ରୁଜୁ

143

କନକ ବ୍ୟୁରୋ : ବେଆଇନ ବାଲି ଘାଟରେ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆକ୍ସନ ମୋଡରେ ପୋଲିସ । କଟକ ଜିଲ୍ଲା ମାହଙ୍ଗା ଥାନାରେ ୬ଜଣଙ୍କ ନାଁରେ ଏତଲା ଦିଆଯାଇଛି । ରାଜସ୍ୱ ନିରୀକ୍ଷକଙ୍କୁ ହତ୍ୟା ଉଦ୍ୟମ ଓ କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ମାମଲା ରୁଜୁ ହୋଇଛି । ତେବେ ଆରଆଇଙ୍କୁ ଆକ୍ରମଣ ବେଳେ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧରା ୩୦୭ରେ ହତ୍ୟା ଉଦ୍ୟମ ଦଫା ଲଗାଇଛି ପୁଲିସ ।

ମାହାଙ୍ଗା ତହସିଲ ଅଂଚଳରେ ଦିନକୁ ଦିନ ବାଲି ମାଫିଆଙ୍କ ଦାଦାଗିରି ଓ ଚୋରା କାରବାର ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଯାଉଥିବା ବେଳେ ପୁଲିସ ଉପସ୍ଥିତିରେ ଆରଆଇ ଗଣେଶ୍ୱର ହେମରମଙ୍କ ଉପରେ ସଂଗବଧ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ପୁଲିସ ଗୁରୁତର ସହ ନେଇ ତଦନ୍ତ କରୁଛି ।