କନକ ବ୍ୟୁରୋ : ପଦ୍ମପୁର ଜିଲ୍ଲା ଗଠନ ନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । କମିଟି ଗଠନ ସହ ବିଭାଗୀୟ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗ ପ୍ରସ୍ତୁତ ଅଛି । ଖୁବଶୀଘ୍ର ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । କିନ୍ତୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି ବୋଲି ସେ କହିଛନ୍ତି । ଏହାବାଦ୍ ପରବର୍ତ୍ତୀ ସମୟରେ ଅଲଗା ଜିଲ୍ଲା ପାଇଁ ଉଠୁଥିବା ଦାବିକୁ ନେଇ ମୁଖ୍ୟମନ୍ତ୍ରୀ କୌଣସି ନିଷ୍ପତ୍ତି ନେଲେ କମିଶନ ଗଠନ କରାଯାଇ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରମିଳା । କିନ୍ତୁ ଏବେ କେବଳ ପଦ୍ମପୁର ପାଇଁ ବିଭାଗ ପ୍ରସ୍ତୁତ ଥିବା ସେ କହିଛନ୍ତି ।

Advertisment

ଗତ ପଦ୍ମପୁର ଉପ-ନିର୍ବାଚନ ସମୟରେ ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦେବାକୁ ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ୨୦୨୩ ଶେଷ ସୁଦ୍ଧା ପଦ୍ମପୁର ନୂଆ ଜିଲ୍ଲା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏବେ ଖୁବଶୀଘ୍ର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜସ୍ୱ ମନ୍ତ୍ରୀ କହିବା ପରେ ପଦ୍ମପୁରବାସୀଙ୍କ ଭିତରେ ଖେଳିଯାଇଛି ଖୁସିର ଲହରି ।