ବନ୍ୟାରେ ପ୍ରଭାବିତ ହୋଇଛି ମାଲକାନଗିିରିର ୯୩୩ ଗାଁ, ଭାଙ୍ଗିଛି ୩୨୧ ଘର, ବନ୍ୟାଞ୍ଚଳ ବୁଲିବା ପରେ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା । ଚାଲିଛି କ୍ଷୟକ୍ଷତିର ଆକଳନ, ଚୂଡାନ୍ତ ରିପୋର୍ଟ ଆସିବା ପରେ ନିଆଯିବ ପଦକ୍ଷେପ ।

121

କନକ ବ୍ୟୁରୋ: ବନ୍ୟାରେ ମାଲକାନଗରିରି ଜିଲ୍ଲାର ୯୩୩ ଗାଁ ପ୍ରଭାବିତ ହୋଇଛି । ୩୨୧ଟି ଘର ଭାଙ୍ଗିଛି । ୧୯୭୧ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ମାଲକାନଗିରି ଜିଲ୍ଲାର ବନ୍ୟାଂଚଳ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ଏଥିସହ କ୍ଷୟକ୍ଷତି ଆକଳନ ଚାଲିଛି ଏବଂ ରିପୋର୍ଟ ଆସିବା ପରେ ପରବର୍ତି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ମାଲକାନଗିରି ଜିଲ୍ଲାର ବନ୍ୟାଂଚଳ ପରିଦର୍ଶନ କରିବା ପରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ସହ ଏସଆରସି ମଧ୍ୟ ବନ୍ୟାଂଚଳ ବୁଲି ଦେଖିଛନ୍ତି । ମାଲକାନଗିରିରେ ୪୬୩ ଦଶମିକ ୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।