ଗୀତ ଗାଉ ଗାଉ ଚାଲିଗଲା ଜୀବନ । ନିର୍ବାଚନ ସରିବା ଖୁସିରେ ଚାଲିଥିଲା ଉତ୍ସବ, ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳିପଡିଲେ ରେଭିନ୍ୟୁ ଏଡିଏମ । ଗଜପତିରୁ ଆସିଲା ଦୁଃଖଦ ଖବର ।

Advertisment
ଗୀତ ଗାଉ ଗାଉ ଚାଲିଗଲା ଜୀବନ । ନିର୍ବାଚନ ସରିବା ଖୁସିରେ ଚାଲିଥିଲା ଉତ୍ସବ, ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳିପଡିଲେ ରେଭିନ୍ୟୁ ଏଡିଏମ । ଗଜପତିରୁ ଆସିଲା ଦୁଃଖଦ ଖବର ।

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ। ଗୀତ ଗାଉ ଗାଉ ଚାଲିଗଲା ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତିରେ। ଗୀତ ଗାଉଥିବା ବେଳେ ଜିଲ୍ଲା ରେଭିନ୍ୟୁ ଏଡିଏମ୍ ବୀରେନ୍ଦ୍ର କୁମାର ଦାସଙ୍କ ମୃତ୍ୟୁ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସରିବା ଖୁସିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମଂଚ ଉପରକୁ ଯାଇ ଗୀତ ଗାଉଥିଲେ ବୀରେନ୍ଦ୍ର। ରେଭିନ୍ୟୁ ଏଡିଏମଙ୍କ ଗୀତରେ ସମସ୍ତେ ଝୁମୁଥିଲେ। ହେଲେ ଗୀତ ଗାଉଥିବା ବେଳେ ହଠାତ୍ ମଞ୍ଚରେ ପଡି ଯାଇଥିଲେ ରେଭିନ୍ୟୁ ଏଡିଏମ । ତୁରନ୍ତ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରେଭିନ୍ୟୁ ଏଡିଏମଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସହଯୋଗୀ ଷ୍ଟାଫ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe