ଗିରଫ ପରେ ସାମ୍ନାକୁ ଆସିଲା ପାକିସ୍ତାନୀ ଆତଙ୍କବାଦୀ । ଗଣମାଧ୍ୟମରେ ରଖିଲା ବୟାନ

କହିଲା, ପ୍ରଶିକ୍ଷଣ ଦେଇଥିଲା ପାକିସ୍ତାନର ଆଇଏସଆଇ, ଆତଙ୍କୀ ହମଲା ପାଇଁ ହୋଇଥିଲା ୩୦ ହଜାର ଟଙ୍କାର ଡିଲ୍; ୨୦ ହଜାର ଟଙ୍କା ପାଇଥିଲା ଆଡଭାନ୍ସ

387

କନକ ବ୍ୟୁରୋ : ଗିରଫ ପାକିସ୍ତାନୀ ଆତଙ୍କବାଦୀର ସିକ୍ୱୋରୋକ୍ତି । ଗତକାଲି ଜମ୍ମୁକଶ୍ମୀର ଉରୀ ସେକ୍ଟରରୁ ଗିରଫ ହୋଇଥିବା ଲସ୍କର ଏ ତୋୟବାର ଆତଙ୍କବାଦୀ ଅଲ୍ଲୀ ବାବର ଆଜି ପାକିସ୍ତାନର ମୁଖା ଖୋଲିଛି । କିଭଳି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ତାକୁ ଅର୍ଥ ଲାଳସା ଦେଇଥିଲା ? କେଉଁ ପରିସ୍ଥିତିରେ ଲସ୍କର –ଏ-ତୋୟବାରେ ସେ ସାମିଲ ହୋଇଥିଲା? ଓୀମାରେ ଅନୁପ୍ରବେଶ କରି କିଭଳି ଭାରତରେ ସ୍ତ୍ରଶସ୍ତ୍ର ଚାଳଣା କରିବା ପାଇଁ ତାକୁ ପାକ ସେନା ତାଲିମ ପାଇଥିଲା, ସେହି ସମସ୍ତ ଘଟଣା ଆଜି ପ୍ରକାଶ କରିଛି ୧୯ବର୍ଷ ବୟସର ଆତଙ୍କୀ ।

ଅଲ୍ଲୀ ବାବର କହିଛି ସେପ୍ଟେମ୍ବର ୧୮ରେ ଏଲଓସିରେ ଅନୁପ୍ରବେଶ କରିବା ପାଇଁ ସେ ଓ ୫ଜଣ ଆତଙ୍କବାଦୀ ଚେଷ୍ଟାକୁ ବିଫଳ କରିଥିଲା । ଯାହାକୁ ବିଫଳ କରିଥିଲା ଭାରତୀୟ ସେନା । ସେନାର ସର୍ଚ୍ଚ ଅପରେସନରେ ୩ଜଣ ଆତଙ୍କୀ ପାକିସ୍ତାନ ଫେରି ଯାଇଥିବାବେଳେ ଅଲ୍ଲୀବାବର ଓ ଅନ୍ୟ ଜଣେ ଆତଙ୍କବାଦୀ ୧୦ଦିନ ଧରି ଉରୀରେ ଥିବା ଏକ ନଳା ନିକଟରେ ଲୁଚି ରହିଥିଲେ । ତେବେ ସେପ୍ଟେମ୍ବର ୨୫ରେ ଲୁଚି ରହିଥିବା ଅନ୍ୟତମ ଆତଙ୍କବାଦୀକୁ ସେନା ନିହତ କରିଥିଲା ଓ ୨୬ ତାରିଖ ସକାଳରେ ଭାରତୀୟ ସେନା ନିକଟରେ ଅଲ୍ଲୀବାବର ଭାରତୀୟ ସେନା ନିକଟରେ ଆତ୍ମସର୍ମପଣ କରିଥିଲା । ଏଥିସହ ଗିରଫ ଆତଙ୍କୀ କହିଛି କି ବାପାଙ୍କ ମୃତ୍ୟୁ ପରେ ଘରର ଚଳାଇବା ପାଇଁ ତା ପକ୍ଷରେ କଷ୍ଟକର ହୋଇପଡିଥିଲା । ସିଆଲକୋଟରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ଜଣେ ଯୁବକଙ୍କୁ ଭେଟିଥିଲେ ।

ଯିଏକି ଆଇଏସଆଇ ଓ ଲସ୍କର ପାଇଁ କାମ କରୁଥିଲା ଓ ତା ଜରିଆରେ ସେ ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲା । ମୁଜଫରବାଦରେ ଥିବା ପାକର ସେନା କ୍ୟାମ୍ପରେ ୨୦୧୯ ମସିହାରେ ମୋଟ ୯ଜଣ ଯୁବକଙ୍କ ୨୧ ଦିନ ଧରି ତାଲିମ ଦିଆଯାଇଥିଲା । ଆଇଏସଆଇ ୨୦ହଜାର ଟଙ୍କା ଆଡଭାନ୍ସ ଦେବା ସହ କଶ୍ମୀରରେ ପ୍ରବେଶ କଲେ ଆଉ ୨୦ ହଜାର ଟଙ୍କା ଦେବା ପାଇଁ ଆତଙ୍କୀଙ୍କୁ କଥା ଦେଇଥିଲା । ଏଥସହ ଗିରଫ ଆତଙ୍କବାଦୀ କହିଛି କି ଦାରିଦ୍ର୍ୟତା ଭିତରେ ଯୁବକଙ୍କୁ ଜିହାଦର ଦ୍ୱାହି ଦେଇ ଟାର୍ଗେଟ କରୁଛି ଲସ୍କର ।