ଆଫଗାନିସ୍ତାନରେ ହତ୍ୟାର ଶିକାର ହେଲେ ଭାରତୀୟ ସାମ୍ବାଦିକଙ୍କୁ । ରଏଟର୍ସର ଫଟୋ ସାମ୍ବାଦିକ ଦାନିଶ୍ ସିଦ୍ଦିକ ହତ୍ୟାର ଶିକାର ।

228

କନକ ବ୍ୟୁରୋ : ଆଫଗାନିସ୍ତାନରେ ରଏଟର୍ସର ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନରେ ଚାଲିଥିବା ହିଂସାର ଫଟୋ ଉତ୍ତୋଳନ କରିବାକୁ କିଛିଦିନ ହେବ ସେ ସେଠାରେ ରହିଥିଲେ । ଆଫଗାନିସ୍ତାନର ଏକ ଗଣମାଧ୍ୟମ ଏହି ସୂଚନା ଦେଇଛି । ସିଦ୍ଦିକଙ୍କ ହତ୍ୟା କାନ୍ଦାହାର ନିକଟ ବୋଲ୍ଡକ ଅଞ୍ଚଳରେ ହୋଇଥିବା ସୂଚନା ଦିଆଯାଇଛି ।

କହିରଖୁ କି ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ସେଠାରେ ଭୀଷଣ ହିଂସା ଦେଖିବାକୁ ମିଳିଛି । ଜାରି ରହିଥିବା ହିଂସାର କଭରେଜ କରିବାକୁ ସିଦ୍ଦିକ ସେଠାକୁ ଯାଇଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି । ଦିଲ୍ଲୀରେ ରହୁଥିବା ସିଦ୍ଦିକ ପ୍ରଥମେ ଜଣେ ଟିଭି ରିପୋର୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିବା ବେଳେ ପରେ ଫଟୋ ସାମ୍ବାଦିକତାକୁ ଆପଣାଇ ନେଇଥିଲେ ।

୨୦୧୮ ରେ ସିଦ୍ଦିକ ନିଜ ସହଯୋଗୀ ଅଦନାନ୍ ଆବିଦଙ୍କ ସହ ପ୍ରଥମ ଭାରତୀୟ ଭାବେ ପୂଲିଜର ପୁରସ୍କାର ଜିତିଥିଲେ    । ଏହାସହ ସେ ବିଭିନ୍ନ ସମୟରେ ରୋହିଙ୍ଗ୍ୟା ମାନଙ୍କର ସମସ୍ୟାକୁ ନେଇ କଭରେଜ କରୁଥିଲେ ।

କହିରଖୁ କି ଆଫଗାନିସ୍ତାନର ରାଜଦୂତ ଫରୀଦ ମମୁଦ ଶୁକ୍ରବାର ଦିନ ସିଦ୍ଦିକଙ୍କ ହତ୍ୟା ବାବଦରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ହେଲେ ସିଦ୍ଦିକଙ୍କୁ କାହିଁକି ହତ୍ୟା କରାଗଲା ତାହା ବାବଦରେ କିଛି ସ୍ପଷ୍ଟ ଖବର ମିଳିପାରି ନାହିଁ ।