ପୁରୁଣା ସ୍ମାର୍ଟଫୋନକୁ ବିକ୍ରି ନ କରି ଅଭିନବ ଉପାୟରେ ବ୍ୟବହାର କରନ୍ତୁ !

55

ମଣିଷକୁ ନୂଆ ଜିନିଷ ମିଳିବା ମାତ୍ରେ ପୁରୁଣାକୁ ହେୟଜ୍ଞାନ କରିବା ଗୁଣ ସଦାସର୍ବଦା ଚାଲିଆସିଛି । ତେବେ ଏ କ୍ଷେତ୍ରରେ ଇଲେକଟ୍ରୋନିକ୍ ଜିନିଷ ସର୍ବାଗ୍ରେ ରହିଛି । ଏହି ସ୍ମାର୍ଟଫୋନ୍ କଥା ନିଅନ୍ତୁ । ପୁରୁଣା ସ୍ମାର୍ଟଫୋନ ଧରି ଧରି ବିରକ୍ତ ହୋଇଗଲେ, ଆମେ ସଙ୍ଗେ ସଙ୍ଗେ ଆଉ ଏକ ନୂଆ ଫୋନ କିଣିନେଉ । ପୁରୁଣା ଫୋନକୁ ପଚାରେ କିଏ ? କିନ୍ତୁ ପୁରୁଣା ସ୍ମାର୍ଟଫୋନରେ ଯଦି କିଛି ତ୍ରୃଟି ନାହିଁ, ତେବେ ଆପଣ ପୁରୁଣା ସ୍ମାର୍ଟଫୋନକୁ ପୁନଃବ୍ୟହାର କରିପାରିବେ । ଆପଣ ଚାହିଁଲେ ପୁରୁଣା ସ୍ମାର୍ଟଫୋନକୁ କାରର ମିଡିଆ ପ୍ଲେୟାର ଭାବରେ ବ୍ୟବହାର କରିପାରିବେ । କେମିତି କରିବେ ଜାଣନ୍ତୁ ଆସନ୍ତୁ ଜାଣିବା । • ପ୍ରଥମେ ପୁରୁଣା ଫୋନର ସିମ କାଢ଼ି ନୂଆ ଫୋନରେ ପକାନ୍ତୁ ।
• ପୁରୁଣା ସ୍ମାର୍ଟଫୋନରେ ବହୁତ ସାରା ଗୀତ ଲୋଡ କରିନିଅନ୍ତୁ ।
• ପୁରୁଣା ଫୋନକୁ କାର୍ ର ପାୱାର ପୋର୍ଟ ଦ୍ୱାରା କନେକ୍ଟ କରିନିଅନ୍ତୁ ।
• ଏହାପରେ ବ୍ଲୁଟୁଥ କିମ୍ବା ହେଡଫୋନ ମାଧ୍ୟମରେ ଫୋନକୁ ଷ୍ଟିରିଓ ଦ୍ୱାରା କନେକ୍ଟ କରନ୍ତୁ ।
ଆପଣଙ୍କ ସ୍ମାର୍ଟପୋନ ଏବେ ଆପଣଙ୍କ କାର୍ ର ନୂଆ ଷ୍ଟିରିଓ ହୋଇଗଲା ଆପଣ ଏଥିରେ ଯଦି ପୁରୁଣା ସିଡକୁ ବ୍ୟବହାର କରିବା ପାଇଁ ଚାହୁଁଥିବେ ତେବେ ବି କରିପାରିବେ ।