ପୂର୍ବରୁ ବ୍ୟବହୃତ ଖାଇବା ତେଲକୁ ବାରମ୍ବାର ବ୍ୟବହାର କରୁଥିଲେ ସାବଧାନ ! ଯୁବକଙ୍କ ଶରୀରରେ ଦେଖାଗଲାଣି ଏଭଳି ସମସ୍ୟା 

345

ଘରେ ପକୋଡ଼ା ,ଭାଜି ଖାଇବା ପାଇଁ ପ୍ରଚୁର ତେଲର ବ୍ୟବହାର ହୋଇଥାଏ । ଆଉ ଏବେ ଖାଇବା ତେଲର ଯାହା ଦର ବଳକା ଥିବା ତେଲକୁ ଲୋକ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଶସ୍ତାରୁ ହିନସ୍ତା ଭଳି ବ୍ୟବହାର ହେଉଥିବା ତେଲକୁ ବାରମ୍ବାର ବ୍ୟବହାର କରିବା ଯେ ସ୍ୱାସ୍ଥ୍ୟ ପକ୍ଷେ ସ୍ଲୋ ପଏଜନ୍ ଭଳି କାମ କରେ ତାହା ଆପଣ ଜାଣିରଖିବା ଉଚିତ୍ । ବଳକା ତେଳକୁ ବାରମ୍ବାର ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଶରୀର ପ୍ରତି ହାନିକାରକ ବୋଲି କହିଛନ୍ତି । ହୃଦୟ ଉପରେ ଏହାର ବଡ଼ ପ୍ରଭାବ ପଡ଼ିଥାଏ । ଏଭଳି ସ୍ଥିତିରେ ଯେତେ ପାରୁଛନ୍ତି କମ୍ ତେଲର ବ୍ୟବହାର କରିବା ହିଁ ବୁଦ୍ଧିମତାର କାମ । ଥରେ ତେଲ ଗରମ ହେବା ପରେ ଏଥିରୁ ବାହାରୁଥିବା ରସାୟନିକ କ୍ରିୟା ବାରମ୍ବାର ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

ପୋଷଣ ବିଶେଷଜ୍ଞଙ୍କ କହିବାନୁସାରେ , ତେଲ ଗରମ ହେବା ପରେ ଯେତେବେଳେ ଧୂଆଁ ଛାଡ଼ିଥାଏ ସେତେବେଳେ ଏହା ଟ୍ରାନ୍ସ ଫେଟ୍ ଏବଂ ପେରା ଏରୋମେଟିକ୍ ହାଇଡ୍ରୋକାର୍ବନରେ ପରିଣତ ହୋଇଥାଏ । ଏହି ସବୁ ପଦାର୍ଥ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ହାନିକାରକ । ପୂର୍ବରୁ ବ୍ୟବହୃତ ତେଲକୁ ବାରମ୍ବାର ବ୍ୟବହାର କଲେ କୋଲେଷ୍ଟ୍ରୋଲ୍ , ବିପି , ରକ୍ତରେ ଆଣ୍ଟିଅକ୍ସିଡ଼େଣ୍ଟ୍ ର ଅଭାବ ଭଳି ସମସ୍ୟା ଦେଖାଦିଏ । ବର୍ତ୍ତମାନ ସମୟରେ କମ୍ ବୟସରେ କାରଡ଼ିଆକ୍ ଆରେଷ୍ଟ୍ ଭଳି ହୃଦୟ ସମସ୍ୟାରେ ଯୁବକଙ୍କ ଅକାଳ ବିୟୋଗ ଘଟୁଛି । ହୋଟେଲ୍ ଖାଦ୍ୟ , ଫାଷ୍ଟଫୁଡ଼ କିମ୍ବା ବ୍ୟବହୃତ ତେଲର ଖାଦ୍ୟ ଖାଇଲେ ଏଭଳି ସମସ୍ୟା ଦେଖାଯାଏ ବୋଲି ଡ଼ାକ୍ତର କହିଥାନ୍ତି । ତେବେ ଏଭଳି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ଯେତେ ପାରୁଛନ୍ତି କମ୍ ତେଲରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଆନ୍ତୁ ଏବଂ ବାହାର ଖାଦ୍ୟକୁ ଯେତେ ବର୍ଜନ କରିବେ ସେତେ ଭଲ ।