ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୧ରୁ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ : ହେଲେ ଆସିବେ ନାହିଁ ଛାତ୍ରଛାତ୍ରୀ, ଅନଲାଇନ କ୍ଲାସ ନେବେ ଅଧ୍ୟାପକ

ଉଚ୍ଚଶିକ୍ଷା ବିଭାଗର ସୂଚନା, ବନ୍ଦ ରହିବ ଶ୍ରେଣୀ ଗୃହ ପାଠପଢ଼ା ଓ ହଷ୍ଟେଲ

1,491

କନକ ବ୍ୟୁରୋ : ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୧ରୁ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ । କିନ୍ତୁ ଆସିବେ ନାହିଁ ଛାତ୍ରଛାତ୍ରୀ , ଅନଲାଇନ କ୍ଲାସ ନେବେ ଅଧ୍ୟାପକ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ଗ୍ରୀଷ୍ମ ଛୁଟି ଶେଷ ହେବାକୁ ଯାଉଥିବାରୁ ରାଜ୍ୟରେ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅନଲାଇନ୍ କ୍ଲାସ୍ ଜୁନ୍ ୧ ରୁ ଆରମ୍ଭ ହେବ । ସରକାରୀ ସୂତ୍ରରୁ ପ୍ରକାଶ ଯେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡ଼ିକ ଜୁନ୍ ୧ ରୁ ଅନଲାଇନ୍ କ୍ଲାସ୍ ଆରମ୍ଭ କରିବେ। କ୍ଲାସ ରୁମର ବ୍ୟବସ୍ଥା ହୋଇ ନଥିବାରୁ ଅନଲାଇନ କ୍ଲାସ ହେବ । ଏହା ବ୍ୟତୀତ ହଷ୍ଟେଲଗୁଡିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ୟୁଜିସିର ନିଷ୍ପତ୍ତି ପରେ ଖୁବ ଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କାର୍ଯ୍ୟସୂଚୀ ବିଷୟରେ ଅବଗତ କରାଯିବ ବୋଲି ବିଭାଗ କହିଛି ।