ଓଡିଶାର ୫ଟି ସହରରେ ଆରମ୍ଭ ହେଲା ଅକ୍ସିଜେନ କନସନଟ୍ରେଟର ହୋମ ଡେଲିଭରି : ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମିଳିପାରିବ ଘରେ

155

କନକ ବ୍ୟୁରୋ : ଓଡିଶାର ୫ଟି ସହରରେ ଘରେ ମିଳିବ ଅକ୍ସିଜେନ କନସେନଟ୍ରେଟର । ଓଡିଶାର ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁରର ସହରରେ ଏହି ସୁବିଧା ମିଳିବ । ଟୁଇଟ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀ ସମୟରେ ଅକ୍ସିଜେନ ଖୋଜୁଥିବା ଲୋକଙ୍କୁ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ଟୁଇଟରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା କରୋନା ବିରୋଧୀ ଲଢେଇ ଓ ଆଗାମୀ କରୋନା ଲହରର ମୁକାବିଲା ପ୍ରସ୍ତୁତିରେ ସହାୟକ ହେବ ।

କୋଭିଡ ଡ୍ୟାସ ବୋର୍ଡରେ ଲଗଇନ କରି ଅକ୍ସିଜେନ କଂନସେନଟ୍ରେଟର ପାଇଁ ବୁକ କରିବାକୁ ପଡିବ । ବୁକ କରିବା ପରେ ଅକ୍ସିଜେନ କନସେନଟ୍ରେଟର ହୋମଡେଲିଭରି କରାଯିବ । ଅକ୍ସିଜେନ କନସେନଟ୍ରେଟର ବାହାର ବାୟୁରୁ ଅକ୍ସିଜେନ ପ୍ରସ୍ତୁତ କରିପାରିବ । ସାଧାରଣତଃ ବାହାର ବାୟୁରେ ୨୧ ପ୍ରତିଶତ ଅକ୍ସିଜେନ ଥାଏ । ତେବେ ଏହି କନସେନଟ୍ରେଟର ଶୁଦ୍ଧ ଅକ୍ସିଜେନ ପ୍ରସ୍ତୁତ କରି ଯୋଗାଇ ଦେଇପାରିବ ।