ଖବର ପ୍ରସାରଣ ପରେ ଉଦ୍ଧାର ହେଲେ ଶ୍ରମିକ : ଘରକୁ ଫେରିଲେ ହାଇଦ୍ରାବାଦରେ ଫସିଥିବା ସମ୍ବଲପୁର ଧାମର ଶ୍ରମିକ

କରୋନା କଟକଣା ଯୋଗୁଁ ହାଇଦ୍ରାବାଦ ଷ୍ଟେସନରେ ୩ଦିନ ଥିଲେ ଉପାସ

162

କନକ ବ୍ୟୁରୋ : ଖବର ବାଜିବା ପରେ ପହଂଚିଲା ସହାୟତା । ସମ୍ବଲପୁରର ଶ୍ରମିକ ହାଇଦ୍ରାବାଦର ଫସିଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ତତ୍ପରତା ପ୍ରକାଶ କରିଥିଲା ପ୍ରଶାସନ । ଖବର ପ୍ରସାରଣ ପରେ ରେଢାଖୋଲ ବିଧାୟକ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ । ଏବଂ ଜିଲ୍ଲା ପ୍ରଶାସନ ହାଇଦ୍ରାବାଦରେ ଫସିଥିବା ସମ୍ବଲପୁର ଧାମ ଅଂଚଳର ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ।

ସେହିପରି ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ । ଏହାପରେ ସମସ୍ତ ଶ୍ରମିକ ଟ୍ରେନ ଯୋଗେ ସମ୍ବଲପୁରରେ ପହଂଚିଥିବା ସୂଚନା ମିଳିଛି । ତେବେ ପ୍ରାୟ ୩ ଦିନ ଧରି ଅଖିଆ ଅପିଆ ହାଇଦ୍ରାବାଦରେ ଫସି ରହିଥିଲେ ପ୍ରାୟ ୨୮ ଜଣ ଶ୍ରମିକ । ସମ୍ବଲପୁର ଧାମ ଅଂଚଳର ଏହି ଶ୍ରମିକମାନେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଇଟାଭାଟିରେ କାମ କରୁଥିଲେ । କରୋନା ମହାମାରୀ ଯୋଗୁଁ ମାଲିକ ଏମାନଙ୍କୁ ତଡିଦେବା ସହ କୌଣସି ପାରିଶ୍ରମିକ ଦେଇନଥିଲା । ଫଳରେ ଏମାନେ ହାଇଦ୍ରାବାଦ ରେଳ ଷ୍ଟେସନରେ ଅତି ଦୟନୀୟ ଅବସ୍ଥାରେ ପଡିରହିଥିଲେ ।