ସାହାରା ଇଣ୍ଡିଆର ମାଲିକ ସୁବ୍ରତ ରାୟଙ୍କୁ ସେବି ର ଚେତାବନୀ, ୬୨.୬୦୦ କୋଟି ଫେରାଅ, ନଚେତ୍ ପୁଣି ଜେଲ ଚାଲ

ଟଙ୍କା ଫେରାଅ, ନଚେତ ଜେଲ ଯାଅ

3,935

କନକ ବ୍ୟୁରୋ : ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରାଇବା ମାମଲାରେ ଭାରତୀୟ ପ୍ରତିଭୁତି ବିନିମୟ ବୋର୍ଡ ବା ସେବି ସାହରା ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ବିରୋଧରେ ସୁପ୍ରିମକୋଟରେ ଯାଚିକା ଦାଖଲ କରିଛନ୍ତି । ଏହି ଯାଚିକାରେ ସେବି ଉଲ୍ଲେଖ କରିଛି କି ସାହାରା ଗ୍ରୁପର ଅଧ୍ୟକ୍ଷ ସୁବ୍ରତ ରାୟ ଓ ତାଙ୍କର ଦୁଇ ସହଯୋଗୀ କମ୍ପାନୀ ୬୨ ହଜାର ୬ଶହ କୋଟି ଟଙ୍କା ଜମା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ । ଯେଉଁ ଟଙ୍କା କି ଜମାକାରୀଙ୍କର ବକେୟା ରାଶି ।
ସେବି ଆହୁରି କହିଛିକି ଯଦି ଏହି ଟଙ୍କା ସାହାରା ତରଫରୁ ସେବି ନିକଟରେ ଜମା କରାନଯାଏ ତେବେ ସୁବ୍ରତ ରାୟଙ୍କୁ ଆଉ ପରୋଲ ମିଳିବ ନାହିଁ । ତାଙ୍କୁ ତୁରନ୍ତ ପୁଣି ଜେଲକୁ ଅଣାଯିବ । କହିରଖୁ କି ସାହାରା ତାଙ୍କ ଜମାକାରୀ ମାନଙ୍କୁ ୧୫ ପ୍ରତିଶତ ସୁଧ ସହ ଜମାଟଙ୍କା ଫେରାଇବାକୁ କୋର୍ଟ ୨୦୧୨ ଓ ୨୦୧୫ ରେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ସହାରା ଏବେ ବି ବିଫଳ ହୋଇଛି ।
ସାହାରା ପ୍ରମୁଖ ସୁବ୍ରତ ରାୟ ମାର୍ଚ୍ଚ ୨୦୧୪ ରେ ଅଦାଲତ ଅବମାନନା ସହିତ ଜଡିତ ମାମଲାର ଶୁଣାଣି ବେଳେ କୋର୍ଟଙ୍କୁ ସହଯୋଗ କରିନଥିବା ଅଭିଯୋଗରେ ତାଙ୍କୁ ଗିରଫ୍ କରାଯାଇଥିଲା । ହେଲେ ୨୦୧୬ ମସିହାରୁ ସେ ଏପର୍ଯ୍ୟନ୍ତ ଜାମିନରେ ରହିଛନ୍ତି । ସେବି କହିଛି ଯେ ସାହାରା ଜମାକାରୀଙ୍କ ଟଙ୍କା ନ ଫେରାଇବା ସହ ୮ ବର୍ଷ ଧରି ସେବିକୁ ସହଯୋଗ ନକରିବା ଫଳରେ ସେବି ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛି । ସେ ତୁରନ୍ତ ଏହି ଟଙ୍କା ଯଦି ସେବି ନିକଟରେ ଜମା ନକରନ୍ତି ତେବେ ତାଙ୍କୁ ଆଇନ ଅବମାନନା ମାମଲାରେ ଗିରଫ୍ କରିବାର ଆବଶ୍ୟକ ଅଛି ।