ବଲିଉଡକୁ ଫେରିଲେ ରାନୁ ମଣ୍ଡଳ । ରେଳ ଷ୍ଟେସନରୁ ବଲିଉଡରୁ ଯାତ୍ରା ଏକ ସଂଘର୍ଷ ମୟ ଜୀବନ କାହାଣି ବାବଦରେ କିଛି

437

କନକ ବ୍ୟୁରୋ : ପୁଣି ଚମକିବ ରାନୁଙ୍କ ଭାଗ୍ୟ । ଦୀର୍ଘ ଦିନର ଅନ୍ତର ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାନୁ ମଣ୍ଡଳ । ଏକଦା ରେଳ ଷ୍ଟେସନରେ ଗୀତ ଗାଇ ରାତା ରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ପୁଣି ବଲିଉଡରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହିମେଶ ରେଶମିଆଙ୍କ ଫିଲ୍ମରେ ‘ତେରି ମେରି ପ୍ରେମ କାହାନୀ’ ଗୀତ ଗାଇଁ ଦର୍ଶକଙ୍କୁ ମତୁଆଲା କରିଥିବା ରାନୀଙ୍କୁ ଦୀର୍ଘଦିନ ପରେ ପୁଣି ସିନେମାରେ ଗୀତ ଗାଇବାର ସୁଯୋଗ ମିଳିଛି । ତାଙ୍କୁ ଏହି ସୁଯୋଗ ଦେଇଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ । ଦୀପିକା ଚିଖାଲିଆଙ୍କ ଆଗାମୀ ଚଳଚିତ୍ର ସରୋଜିନୀରେ ଗୀତ ଗାଇବେ ରାନୁ । ଏନେଇ ଦୀପିକା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦୀପିକା ଟ୍ୱିଟ୍ ଯୋଗେ ରାନୁଙ୍କର ଏକ ଭିଡିଓ ବି ଛାଡି ଛନ୍ତି । ଯେଉଁଥିରେ ରାନୁ ତାଙ୍କର ଏହି ଆଗାମୀ ସିନେମା ବାବଦରେ କହୁଥିବାର ଶୁଣିବାକୁ ମିଳିଛିା

ଏହି ପ୍ରୋଜେକ୍ଟରେ କାମ କରିବା ପରେ ରାନୁ ମଣ୍ଡଳଙ୍କ ଭାଗ୍ୟ ପୁଣି ଥରେ ଚମକିବ ବୋଲି କୁହାଯାଉଛି । କରୋନା କାଳରେ ହାତରେ କାମ ନଥିବାରୁ ବହୁ ଦୁଖରେ ଜୀବନ କାଟୁଥିଲେ ରାନୁ । କିଛି ସୋସିଆଲ ମିଡିଆର ଖବର ମୁତାବକ ରାନୁ ପୁଣିଥରେ ରେଳ ଷ୍ଟେସନକୁ ଫେରିଯିବାକୁ ଚାହୁଁଥିବା ବେଳେ ତାଙ୍କ ପାଇଁ ଏହି ପ୍ରୋଜେକ୍ଟ ଅନେକ ମାଇନା ରଖିବା ।

ସୂଚନା ଥାଉକି ଫିଲ୍ମ ‘ସରୋଜିନୀ’ ର କଥାବସ୍ତୁ ସ୍ୱାଧିନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ସ୍ୱାଧିନତା ସଂଗ୍ରାମ ସମୟରେ ମହିଳା ମାନଙ୍କର ଭୂମିକା । ଦେଶରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର । ମହିଳା ମାନଙ୍କୁ ସ୍ୱାବଲମ୍ବି କରାଇବାରେ ସରୋଜିନୀଙ୍କ ଭୁମିକା ଆଦିକୁ ଏହି ଚଳଚିତ୍ରରେ ସ୍ଥାନ ଦିଆଯାଉଥିବା କଥା ସୂଚନା ମିଳିଛି । ଆକାଶ ନାୟକ ଓ ଧୀରଜ ମିଶ୍ର ଏହି ଚଳଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳି ଥିବା ବେଳେ କାହାଣୀ ରଚନା କରିଛନ୍ତି ଧୀରଜ ମିଶ୍ର ଓ ଯଶୋମତୀ ଦେବୀ ।
ଏହି ଚଳଚିତ୍ର ରେ ରାନୁଙ୍କୁ କେତୋଟି ଗୀତ ଗାଇବାର ସୁଯୋଗ ଦିଆଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ରାନୁ ମଣ୍ଡଳ ଗୀତ ଗାଉଥିବା ଖବର ଆସିବା ପରେ ଏହି ଚଳଚିତ୍ରକୁ ଦେଖିବା ପାଇଁ ଦର୍ଶକ ମାନଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖା ଦେଇଛି ।