ଫେରିଲା ମହାପ୍ରଭୁଙ୍କ ଚନ୍ଦ୍ର, ସୂର୍ଯ୍ୟ: ବେଶ କାରିଗରଙ୍କୁ ଚନ୍ଦ୍ର, ସୂର୍ଯ୍ୟ ଫେରାଇଲେ ସେବାୟତ

ମହାପ୍ରଭୁଙ୍କ ନାଗାଜୁର୍ନ ବେଶ ସମୟରେ ଚନ୍ଦ୍ର, ସୂର୍ଯ୍ୟ ସେବାୟତ ଘରକୁ ନେଇଯିବା ପରେ ଦେଖାଦେଇଥିଲା ବିବାଦ: ସଂଗ୍ରହାଳୟରେ ରଖିବାକୁ ହୋଇଥିଲା ନିଷ୍ପତି

124

କନକ ବ୍ୟୁରୋ: ମହାପ୍ରଭୁଙ୍କ ସୂର୍ଯ୍ୟ ଚନ୍ଦ୍ର ଫେରାଇଲେ ସେବାୟତ ।  ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ, ଚନ୍ଦ୍ର ଫେରିଲା । ବେଶ କାରିଗରଙ୍କୁ ସେବାୟତ ସୂର୍ଯ୍ୟ, ଚନ୍ଦ୍ର ଫେରାଇଛନ୍ତି  ନେଇଯାଇଥିଲେ । ବଡଠାକୁରଙ୍କ ନାଗାର୍ଜୁନ ବେଶରୁ ସୂର୍ଯ୍ୟ ,ଚନ୍ଦ୍ର ନେଇଯିବା ପରେ  ଆରମ୍ଭ ହୋଇଥିଲାତନାଘନା । ଠାକୁରଙ୍କୁ ଲାଗୁ ହୋଇଥିବା ବେଶ ସଂଗ୍ରହାଳୟରେ ରଖାଯିବ ବୋଲି ପୂର୍ବରୁ ନିଷ୍ପତି କରିଥିଲା ଶ୍ରୀମନ୍ଦିର ପ୍ରଶାସନ ।

ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ହୋଇଥିବା ବେଳେ କାହା ନିର୍ଦ୍ଦେଶରେ ସେବାୟତଙ୍କ ଘରକୁ ସୂର୍ଯ୍ୟ ଚନ୍ଦ୍ର ଗଲା ତାକୁ ନେଇ ପ୍ରଶ୍ନ ଉଠିଥିଲା । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଜିଲ୍ଲାପାଳ ଓ ନୀତି ପ୍ରଶାସକ ବେଶ ସରିବା ପରେ ସରଜାଂମକୁ କେଉଁଠି ରଖାଯାଇଥିଲା ଓ ଏହା ମନ୍ଦିର ବାହାରକୁ ଯାଇଛି କି ନାହିଁ ସେ ଦିଗରେ ତଦନ୍ତ କରିଥିଲେ ।ଏନେଇ ଖବର ପ୍ରସାରଣ କରାଯାଇଥିଲା । ଆଜି  ମହାପ୍ରଭୁଙ୍କ ସୂର୍ଯ୍ୟ ଚନ୍ଦ୍ର ଫେରାଇଛନ୍ତି ସେବାୟତ ।