କନକ ବ୍ୟୁରୋ: ଅନେକ ସ୍କୁଲରେ ଏବେବି ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଛି । ଏହି ସମସ୍ୟାକୁ ଦୂରେଇବାକୁ ଗଣଶିକ୍ଷା ବିଭାଗ ନେଇଛି ବଡ ନିଷ୍ପତ୍ତି । ଏଣିକି ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ପଢାଇବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି ।

Advertisment

ଏଥର ସ୍କୁଲରେ ଅବସର ନେଇସାରିଥିବା ଶିକ୍ଷକ ମଧ୍ୟ ପଢାଇବେ । ଏଥିପାଇଁ ନିଯୁକ୍ତି ପାଇଁ ଖୁବଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଶିକ୍ଷା ବର୍ଷରେ ୪ ହଜାର ୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ଅନୁମତି ମିଳିଛି । ସେମାନଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚ ଅର୍ଥାତ୍ ନୂଆ ଶିକ୍ଷକ ନିଯୁକ୍ତି ଯାଏଁ ବଳବତ୍ତର ରହିବ । କିଭଳି ଏହି ଅତିଥି ଶିକ୍ଷକ ନିଯୁକ୍ତ ହେବ ତାକୁ ଜିଲ୍ଲା ଶିକ୍ଷାଧିକାରୀ ସୁନିଶ୍ଚିତ କରାଇବେ ।