କନକ ବ୍ୟୁରୋ: ବାରମୂଳା ଜିଲ୍ଲାସ୍ଥିତ ଏକ ମସଜିଦ ଭିତରେ ଅଜ୍ଞାତ ଆତଙ୍କବାଦୀମାନେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି। ଶୀରି ବାରମୂଳା ଅନ୍ତର୍ଗତ ଗଣ୍ଟମୂଳା ବାଲାସ୍ଥିତ ଏକ ସ୍ଥାନୀୟ ମସଜିଦ ଭିତରେ ‘ଆଜାନ୍’ କରୁଥବା ବେଳେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଏସ୍ଏସ୍ପି) ମହମ୍ମଦ୍ ଶାଫିଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳି ଚୋଟରେ ଆହତ ହୋଇ ଶାଫିଙ୍କର ମୃତ୍ୟୁ ହୋଇଯାଇଛି। ଗୁଳିକାଣ୍ଡ ଘଟଣା ପରେ ସେ ଅଞ୍ଚଳକୁ କର୍ଡନ କରାଯାଇଛି।
ଜମ୍ମୁ-କାଶ୍ମୀର ବାରାମୁଲ୍ଲାରେ ଆତଙ୍କବାଦୀ ଆକ୍ରମଣ। ମସଜିଦ ଭିତରେ ଅବସରପ୍ରାପ୍ତ ପୁଲିସ ସୁପରିଟେଣ୍ଡେଣ୍ଟଙ୍କୁ ଗୁଳିକରି ହତ୍ୟା।
/kanak/media/post_attachments/wp-content/uploads/2023/12/jk-1.jpg)