ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ପାଇଁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ପାଠ ପଢାଇବେ ଅବସରପ୍ରାପ୍ତ ପ୍ରଫେସର। ନିଷ୍ପତ୍ତିକୁ ରାଜ୍ୟ ଅଧ୍ୟାପକ ସଂଘର ବିରୋଧ ।

ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ପାଇଁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ପାଠ ପଢାଇବେ ଅବସରପ୍ରାପ୍ତ ପ୍ରଫେସର।  ନିଷ୍ପତ୍ତିକୁ ରାଜ୍ୟ ଅଧ୍ୟାପକ ସଂଘର ବିରୋଧ ।

କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟରେ ପଢାଇବେ ଅବସରପ୍ରାପ୍ତ ପ୍ରଫେସର । ଅପସରପ୍ରାପ୍ତ ଅଧ୍ୟାପକଙ୍କୁ ଠିକା ନିଯୁକ୍ତି ଦେବା ପାଇଁ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ଲେଖାଯାଇଛି । ଅବସରପ୍ରାପ୍ତ ପ୍ରଫେସର, ଅେସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଂଟ ପ୍ରଫେସରଙ୍କୁ ଠିକା ନିଯୁକ୍ତି ଦେବା ପାଇଁ ଚିଠିରେ କୁହାଯାଇଛି । ଉତ୍କଳ, ବ୍ରହ୍ମପୁର, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟ ବ୍ୟତୀତ ବାକି ୧୩ଟି ବିଶ୍ୱବିଦ୍ୟାଳୟରେ ଠିକା ନିଯୁକ୍ତି ହେବ । ନୂଆ ନିଯୁକ୍ତି ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିବାରୁ ସମସ୍ୟା ସୃଷ୍ଟି ହେଉଛି । ଗତ କିଛି ବର୍ଷ ଭିତରେ ରାଜ୍ୟ ସରକାର ଘୋଷଣା କରିଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୧୧୯୨ଟି ପଦବୀ ଖାଲି ରହିଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ରାଜ୍ୟ ଅଧ୍ୟାପକ ସଂଘ ବିରୋଧ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe