କନକ ବ୍ୟୁରୋ: ହନିଟ୍ରାପର ଶିକାର ହେଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । କଟକରୁ ଆସିଛି ଏଭଳି ଏକ ଖବର । ୨୦୧୮ରେ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ ଲଣ୍ଡନର ଲିଓନା ଜିମି ନାମକ ଜଣେ ମହିଳା । ସେବେଠାରୁ ସେ ମହିଳାଙ୍କ ସହ ସାମାଜିକ ଗଣମାଧ୍ୟମରେ ସମ୍ପର୍କରେ ରହିଥିଲେ । ବିଭିନ୍ନ ବାହାନା ଦେଖାଇ ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ଉକ୍ତ ମହିଳା ଜଣକ ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ । ଅନଲାଇନରେ ସମସ୍ତ ଟ୍ରାନ୍ସଫର କରିଥିଲେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ।