ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ ଅଫିସ ଆଗରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ଧାରଣା : ଅବସରକାଳୀନ ଦେୟ ମିଳୁନଥିବା ଅଭିଯୋଗରେ ବରିଷ୍ଠ ନାଗରିକଙ୍କ ଧାରଣା

93

କନକ ବ୍ୟୁରୋ : ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ ଅଫିସ ଆଗରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ଧାରଣା । ଅବସର କାଳୀନ ଦେୟ ମିଳୁନଥିବା ଅଭିଯୋଗ କରି ବରିଷ୍ଠ ନାଗରିକମାନେ ଏହି ଧାରଣାରେ ବସିଛନ୍ତି । ୨୦୧୨ରୁ ୨୦୨୦ ମଧ୍ୟରେ ଅବସର କରିଥିବା କର୍ମଚାରୀ ମଧ୍ୟ ତାଙ୍କ ହକ ପାଇନଥିବା ଅଭିଯୋଗ ଆଣିଛନ୍ତି ସଚିନ୍ଦ୍ରାନନ୍ଦ ସାମନ୍ତରାୟ । ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ ଦେୟ ନଦେବା ଯାଏ ଏହି ଧାରଣା ଜାରି ରହିବ ବୋଲି କହିଛନ୍ତି ଅବସର ପ୍ରାପ୍ତ କର୍ମଚାରୀ ଗୋଲଖ ଚନ୍ଦ୍ର ବେପେରା ।