କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପ୍ରତିବାଦ । ସୈନିକଙ୍କ ଜମିକୁ ଖଣି ମାଫିଆ ମାନେ ଜବର ଦଖରରେ ରଖିଥିବା ବେଳେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ ଏହି ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ଦାବି କରିଛନ୍ତି ବହୁ ସଂଖ୍ୟାରେ ଅବସରପ୍ରାପ୍ତ ସୈନିକ ଓ ତାଙ୍କ ପରିବାର ଲୋକେ । ଜାତୀୟ ପତାକା ସହ ବ୍ୟାନର ଧରି ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଛନ୍ତି ଅବସରପ୍ରାପ୍ତ ସୈନିକ ଓ ତାଙ୍କ ପରିବାର । ବିଭିନ୍ନ ଅନୁଷ୍ଠାନକୁ ମାଗଣାରେ ଜମି ଦିଆଯାଉଥିବା ବେଳେ ସୈନିକଙ୍କୁ କାହିଁକି ଜମି ଦିଆଯିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତ