୩୦ ବର୍ଷ ଧରି ସେନା ବାହିନୀରେ ଚାକିରୀ କରିଥିଲେ , ହେଲେ ଏବେ ଆସାମ ଏନଆରସି ତାଲିକା ତାଙ୍କୁ ବନେଇ ଦେଇଛି ବିଦେଶୀ । ଆମେ କହୁଛୁ ଅବସରପ୍ରାପ୍ତ ସେନା ଅଧିକାରୀ ମହମ୍ମଦ ସନାଉଲ୍ଲାଙ୍କ କଥା । ଆଜି ପ୍ରକାଶିତ ହୋଇଥିବା ଆସାମର ଚୂଡାନ୍ତ ଏନଆରସି ତାଲିକାରେ ମହମ୍ମଦ ସନାଉଲ୍ଲାଙ୍କ ସହିତ ତାଙ୍କ ୨ ଝିଅ ଓ ପୁଅଙ୍କ ନାଁ ନାହିଁ । ଚୂଡାନ୍ତ ତାଲିକାରେ ରହିଛି କେବଳ ତାଙ୍କ ପତ୍ନୀଙ୍କ ନାମ । ଗତ ମେ ମାସରେ ସନାଉଲ୍ଲାଙ୍କୁ ବିଦେଶୀ ବୋଲି ଘୋଷଣା କରିଥିଲେ ଫରେନରସ ଟ୍ରିବ୍ୟୁନାଲ ।
ଏହା ତାଙ୍କ ପାଇଁ ଅଡୁଆ ବଢାଇ ଦେଇଛି । ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା । ଗୌହାଟି ହାଇକୋର୍ଟରୁ ଜାମିନ୍ ମିଳିବା ପରେ ସେ ମୁକ୍ତ ହୋଇଥିଲେ । ଏବେ ଚୂଡାନ୍ତ ଏନଆରସି ତାଲିକା ଆସିବା ପରେ ସନା ଉଲ୍ଲାଙ୍କୁ ବିଦେଶୀ ତାଲିକାରେ ରଖାଯାଇଛି । ଅର୍ଥାତ୍ ବଳକା ୧୯ ଲକ୍ଷଙ୍କ ତାଲିକାରେ ରହିଛି ପୂର୍ବତନ ସେନା ଅଧିକାରୀ ସନା ଉଲ୍ଲା । ସେ ୧୯୯୯ ରେ କାର୍ଗିଲ ଯୁଦ୍ଧ ଲଢି ରାଷ୍ଟ୍ରପତି ପଦକ ହାସଲ କରିଥିଲେ । ହେଲେ ଏବେ ଏନଆରସିରୁ ବାଦ୍ ପଡିଛନ୍ତି ।
A୧୯୮୭ ମସିହାରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଚନ୍ଦ୍ରମାଲ ଦାସ ନାମକ ଜନୈକ ଅଧିକାରୀ ତାଙ୍କ ବିରୋଧରେ ତଦନ୍ତ ରିପୋର୍ଟରେ ବିଦେଶୀ ବୋଲି ଦର୍ଶାଇଥିଲେ । ଏହାକୁ ଆଧାର କରି ୨୦୦୮ରେ ତାଙ୍କୁ ଜାରି ହୋଇଥିଲା ନୋଟିସ୍ । ୨୦୧୮ ମେ ୨୩ ତାରିଖରେ ଫରେନରସ୍ ଟ୍ରିବ୍ୟୁନାଲ ତାଙ୍କୁ ବିଦେଶୀ ବୋଲି ଘୋଷଣା କରିବା ପରେ ଗିରଫ ହୋଇଥିଲେ ସନା ଉଲ୍ଲା । ଏବେ ଏନଆରସି ତାଲିକାରୁ ସେ ବାଦ୍ ପଡିବା ପରେ ଏହି ତାଲିକାକୁ ଫେରିବା କଷ୍ଟକର ହୋଇଯିବ । କାରଣ ଫରେନରସ ଟ୍ରିବ୍ୟୁନାଲ ତାଙ୍କୁ ବିଦେଶୀ ଘୋଷଣା କରିସାରିଛି । ହାଇକୋର୍ଟ ମଧ୍ୟ ଏହାକୁ ଖାରଜ କରିନାହାନ୍ତି । ତେବେ ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ୫୨ ବର୍ଷୀୟ ସନା ଉଲ୍ଲା ଯଦି ବିଦେଶୀ , ତାଙ୍କୁ ସେନା ବାହିନୀରେ ଚାକିରୀ ମିଳିଥିଲା କିପରି ? ସେ ସେନା ଅଧିକାରୀ ପଦରେ ରହି ୩୦ ବର୍ଷ ସେନା ବିଭାଗରେ ସେବା କଲେ କେମିତି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/nrc-sanaulla-thumb-jpg_710x400xt.jpg)
/kanak/media/post_attachments/wp-content/uploads/2019/08/920x920-300x200.jpg)
/kanak/media/post_attachments/wp-content/uploads/2019/08/70637-300x151.jpg)