କନକ ବ୍ୟୁରୋ : ସେନାରୁ ଅବସର ନେବା ପରେ ଗାଁରେ ପହଞ୍ଚିଛନ୍ତି ସୁନା ପୁଅ । ଜନ୍ମମାଟିରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବିଶାଳ ବାଇକ ରାଲିରେ ପାଛୋଟି ନେଇଛନ୍ତି ଗ୍ରାମବାସୀ । ଏଭଳି କିଛି ଦୃଶ୍ୟ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋମୁଣ୍ଡିଆ ଉଆସପଦର ଗାଁରେ ଦେଖିବାକୁ ମିଳିଛି ।

Advertisment

ଗାଁରେ ପହଞ୍ଚିବା ପରେ ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ମାନେ ତାଙ୍କୁ ପୁଷ୍ପମାଲ୍ୟ ନେଇ ଭବ୍ୟ ସ୍ୱାଗତ କରିଛନ୍ତି । ଦେଶ ମାତୃକାର ସେବାରେ ୨୧ ବର୍ଷ ଧରି କାମ କରୁଥିଲେ । ଅବସର ନେଇ ଗାଁକୁ ଫେରିବା ପରେ ତାଙ୍କୁ ଏଭଳି କିଛି ସମ୍ମାନ ଦିଆଯାଇଛି । ସେଠି ଦେଶ ମାତୃକାରସେବାକରୁଥିଲେ ଏଠି ପୁଣି ନିଜ ଜନ୍ମମାଟିର ସେବା ଆରମ୍ଭ କରିବେ ବୋଲି କହିଛନ୍ତି ବୀର ଯବାନ ଏକାଦଶୀ ପ୍ରଧାନ ।