ସେବା ସମବାୟ ସମିତି ସମ୍ପାଦକଙ୍କ ନାଁରେ ଅଭିଯୋଗ । ଅବସର ସମୟ ପରେ ବି କେମିତି କରୁଛନ୍ତି ଚାକିରୀ, ଉଠିଲା ପ୍ରଶ୍ନ

72

କନକ ବ୍ୟୁରୋ : ଅବସର ବୟସ ଅତିକ୍ରମ ପରେ ମଧ୍ୟ ଏବେ ବି କାର୍ଯ୍ୟରେ ନିୟୋଯିତ ଅଛନ୍ତି ସତ୍ୟବାଦୀ ସେବା ସମବାୟ ସମିତିର ସମ୍ପାଦକ । ଏନେଇ ଜିଲ୍ଲାପାଳ, ଡ଼ିଆରସିଏସ, ଏଆରସିଏସଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ସରକାରୀ କାର୍ଯ୍ୟରୁ ଅବସର ନେଇଥିବା ପୂର୍ବତନ ସମ୍ପାଦକ ଶ୍ରୀଧର ମହାପାତ୍ର । ଅନ୍ୟପଟେ କାର୍ଯ୍ୟରତ ଥିବା ସମ୍ପାଦକ ଲକ୍ଷ୍ମଣ ବେହେରାଙ୍କ ପାଖକୁ ସରକାରୀ ଭାବେ ଅବସର ନେବାକୁ କୌଣସି ସୂଚନା ନଥିବା ସେ କହିଛନ୍ତି ।

ଯଦି ସେମିତି କିଛି ଆଦେଶ ଆସେ ସେ ତାକୁ ମାନିନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଲକ୍ଷ୍ମଣ ବେହେରା ୧୯୮୮ରୁ ୧୯୯୮ ପ୍ରାୟ ୧୦ ବର୍ଷ ପିଅନ ଏବଂ ୧୯୯୮ରୁ ୨୦୧୫ ପର୍ଯ୍ୟନ୍ତ ପ୍ରାୟ ୧୭ ବର୍ଷ ସହ ସମ୍ପାଦକ ଏବଂ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ସତ୍ୟବାଦୀ ସେବା ସମବାୟ ସମିତିର ସମ୍ପାଦକ ଭାବେ ନିୟୋଜିତ ଅଛନ୍ତି । ସୁଚନା ଅନୁସାରେ ଲକ୍ଷ୍ମଣ ବେହେରାଙ୍କ ସାର୍ଟିଫିକେଟ୍ ବୟସ ଅନୁସାରେ ତାଙ୍କୁ ୬୨ ବର୍ଷ । ଆଧାର କାର୍ଡ଼ରେ ୬୦ ବର୍ଷ ବୟସ ରହିଛି । ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷ ରହିଥିବା ବେଳେ ୬୨ ବର୍ଷ ପରେ ଜଣେ କେମିତି ଚାକିରୀ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।