ପୁଣି ରୋହିତଙ୍କୁ ଭରସିଲା ମୁମ୍ବାଇ । ହିଟମ୍ୟାନଙ୍କ ସମେତ ଏହି ୪ ଖେଳାଳୀଙ୍କୁ ରିଟେନ୍ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ ।

ପୁଣି ରୋହିତଙ୍କୁ ଭରସିଲା ମୁମ୍ବାଇ । ହିଟମ୍ୟାନଙ୍କ ସମେତ ଏହି ୪ ଖେଳାଳୀଙ୍କୁ ରିଟେନ୍ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ ।

କନକ ବ୍ୟୁରୋ : ଆଇପିଏଲ-୨୦୨୨ର ମେଗା ଅକ୍ସନ ପୂର୍ବରୁ ରିଟେନ୍ ଖେଳାଳୀ ତାଲିକା ଜାରି କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୪ ଜଣ ଖେଳାଳୀ ରିଟେନ୍ ରଖି ବାକି ସମସ୍ତ ଖେଳାଳୀଙ୍କୁ ଅକ୍ସନକୁ ଛାଡିଛି ମୁମ୍ବାଇ । ଏହି ୪ ଖେଳାଳୀ ହେଉଛନ୍ତି ମୁମ୍ବାଇକୁ ୫ଥର ବିଜେତା ବନାଇଥିବା ହିଟମ୍ୟାନ୍ ରୋହିତ ଶର୍ମା, ଜସପ୍ରିତ ବୁମରା, ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ ।

ରୋହିତ ଶର୍ମାଙ୍କୁ ମୁମ୍ବାଇ ୧୬ କୋଟି ଟଙ୍କାରେ ରିଟେନ୍ ରଖିଥିବା ବେଳେ, ଜସପ୍ରିତ ବୁମରାଙ୍କୁ ୧୨କୋଟି, ସୂର୍ଯ୍ୟକୁମାର ଯାଦବଙ୍କୁ ୮ କୋଟି ଏବଂ କିରଣ ପୋଲାର୍ଡଙ୍କୁ ୬ କୋଟି ଟଙ୍କାରେ ରିଟେନ୍ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe