କନକ ବ୍ୟୁରୋ : ଆଇପିଏଲ-୨୦୨୨ର ମେଗା ଅକ୍ସନ ପୂର୍ବରୁ ରିଟେନ୍ ଖେଳାଳୀ ତାଲିକା ଜାରି କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୪ ଜଣ ଖେଳାଳୀ ରିଟେନ୍ ରଖି ବାକି ସମସ୍ତ ଖେଳାଳୀଙ୍କୁ ଅକ୍ସନକୁ ଛାଡିଛି ମୁମ୍ବାଇ । ଏହି ୪ ଖେଳାଳୀ ହେଉଛନ୍ତି ମୁମ୍ବାଇକୁ ୫ଥର ବିଜେତା ବନାଇଥିବା ହିଟମ୍ୟାନ୍ ରୋହିତ ଶର୍ମା, ଜସପ୍ରିତ ବୁମରା, ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ ।
ରୋହିତ ଶର୍ମାଙ୍କୁ ମୁମ୍ବାଇ ୧୬ କୋଟି ଟଙ୍କାରେ ରିଟେନ୍ ରଖିଥିବା ବେଳେ, ଜସପ୍ରିତ ବୁମରାଙ୍କୁ ୧୨କୋଟି, ସୂର୍ଯ୍ୟକୁମାର ଯାଦବଙ୍କୁ ୮ କୋଟି ଏବଂ କିରଣ ପୋଲାର୍ଡଙ୍କୁ ୬ କୋଟି ଟଙ୍କାରେ ରିଟେନ୍ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/42-14.jpg)