କନକ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି ବିଶ୍ୱବିଦ୍ୟାଳୟ ସଂଖ୍ୟା । ମହାବିଦ୍ୟାଳୟ ଗୁଡିକୁ ବିଶ୍ୱବିଦ୍ୟାଳୟରେ ପରିଣତ ବି କରାଯାଉଛି । କିନ୍ତୁ ବିଡମ୍ବନାର କଥା ଅନେକ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଅଧ୍ୟାପକ ପଦବୀ । ବିଶ୍ୱବିଦ୍ୟାଳୟର ଅବସ୍ଥା ଏମିତି ଯେ ଅଧିକାଂଶ ଅତିଥି ଅଧ୍ୟାପକରେ ଚାଲିଛି ବିଭାଗ । ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟରେ ଠିକା ନିଯୁକ୍ତି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ଶିକ୍ଷା ବିଭାଗ । ଏଣିକି ବିଶ୍ୱବିଦ୍ୟାଳୟରେ ଅବସରପ୍ରାପ୍ତ ଅଧ୍ୟାପକ ପଢାଇବେ ପାଠ । ଉକ୍ରଳ, ବ୍ରହ୍ମପୁର, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଓ ଓଡିଆ ବିଶ୍ୱବିଦ୍ୟାଳୟ ବ୍ୟତୀତ ଅନ୍ୟ ୧୩ଟି ବିଶ୍ୱବିଦ୍ୟାଳୟରେ ଠିକା ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟର କୂଳପତିଙ୍କୁ ଚିଠି କରିଛି ।

Advertisment

କେମିିତି ହେବ ଅଧ୍ୟାପକ ନିଯୁକ୍ତି?
୬ ଜଣିଆ ସଦସ୍ୟ ଦଳ ଗଠନ କରାଯାଇଛି
କମିଟିର ସମ୍ମତିକ୍ରମେ ଅଧ୍ୟାପକ ନିଯୁକ୍ତି କରାଯିବ
ଚୟନ କମିଟିର ଅଧ୍ୟକ୍ଷ ରହିବେ ବିଶ୍ୱବିଦ୍ୟାଳୟ କୂଳପତି
ଅଧ୍ୟାପକ ଭାବେ ଅତି କମରେ ଏକ ବର୍ଷ ଯାଏଁ ପାଠ ପଢାଇବେ ଅବସରପ୍ରାପ୍ତ ପ୍ରଫେସର
ଏଥିପାଇଁ ସେମାନଙ୍କ ସହ ଚୁକ୍ତି କରାଯିବ
ମାସକରେ ଅଧ୍ୟାପକ କରିବେ ୩୫ଟି କ୍ଲାସ
ଗବଷେଣା କାର୍ଯ୍ୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇବେ
ମାସକୁ ପାରିତୋଷ ରାଶି ବାବଦକୁ ୫୦ ହଜାର ଟଙ୍କା ଦିଆଯିବ
ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର ପାଇବେ ୪୦ ହଜାର ଟଙ୍କା

ଏହି ବ୍ୟବସ୍ଥାକୁ ଅନେକ ବିଶ୍ୱବିଦ୍ୟ।ଳୟ ସ୍ୱାଗତ କରିଥିବାବେଳେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତିକୁ ବିଭିନ୍ନ ଅଧ୍ୟାପକ ସଂଘ ବିରୋଧ କରିଛି ।

ଦିନକୁ ଦିନ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତନ ଆସୁଛି । ଅନେକ କ୍ଷେତ୍ରରେ ନୂଆ ନୂଆ ବୈଷୟିକ କୌଶଳ ବି ବ୍ୟବହାର କରାଯାଉଛି । ଅନଲାଇନରେ ବି ପାଠ ପଢାଚାଲିଛି । ତେବେ ପ୍ରଶ୍ନ ଉଠୁଛି ଏଭଳି ପରିସ୍ଥିତିରେ ଅବସରପ୍ରାପ୍ତ ଅଧ୍ୟାପକ ନୂଆ ବ୍ୟବସ୍ଥାକୁ ଆପଣେଇ ପାଠ ପଢାଇବାରେ ସକ୍ଷମ ହେବେ ତ ?