କନକ ବ୍ୟୁରୋ : ଖାଉଟି ସାମଗ୍ରୀ ଉପରେ ଦରବୃଦ୍ଧି ନେଇ ଚିନ୍ତାରେ ଥିବା ଖାଉଟି ମାନଙ୍କ ପାଇଁ ଏକ ଖୁସି ଖବର । ୩ ମାସ ପରେ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ୫.୯ ପ୍ରତିଶତକୁ ଖସିଛି । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସୂଚାନ ମୁତାବକ ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ପୀତି ୫.୯ ପ୍ରତିଶତ ରହିଛି । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଫଳରେ ଜୁନ ମାସରେ ଦେଶର ଖୁଚୁରା ମୁଦ୍ରସ୍ପୀତି ୬.୨୬ ପ୍ରତିଶତ ରହିଥିଲା । ମେ ମାସରେ ବି ଏହା ୬.୩୦ ପ୍ରତିଶତରେ ପହଂଚିଯାଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
Retail inflation at 5.59% in July 2021 as compared to 6.26% in June 2021: Ministry of Statistics & Programme Implementation pic.twitter.com/u1Im38daOg
— ANI (@ANI) August 12, 2021
ଅନ୍ୟପଟେ ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ପୀତି କମିବାର ଏକ ପ୍ରମୁଖ କାରଣ ଭାବେ ଖାଦ୍ୟ ସାମଗ୍ରୀ ଉପରେ ଦର ହ୍ରାସ ବୋଲି କୁହାଯାଇଛି । ଜୁଲାଇରେ ଖାଉଟି ଖାଦ୍ୟ ମୂଲ୍ୟ ସୂଚକାଙ୍କ ୩.୯୬ ପ୍ରତିଶତକୁ ହ୍ରାସ ପାଇଛି ଯାହାକି ଜୁନ ମାସରେ ୫.୧୫ ପ୍ରତିଶତ ଥିଲା । ତେବେ ଇନ୍ଧନ ମୂଲ୍ୟ ସୂଚକାଙ୍କ ଏବେ ବି ଉଚ୍ଚ ସ୍ତରରେ ରହିଛି । ଏଣୁ ମୁଦ୍ରାସ୍ପୀତି ଆଗକୁ କମିବ କି ବଢିବ ତାହା କହିବା ଏବେଠାରୁ ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।