କନକ ବ୍ୟୁରୋ: ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ କଟକଣାକୁ କୋହଳ କରିଥିବା ବେଳେ ସୋମବାରଠାରୁ ସ୍ୱାଭାବିକ ହେବ ସାଧାରଣ ପରିବହନ ବ୍ୟବସ୍ଥା । ସାରା ରାଜ୍ୟରେ ବସ୍, ଅଟୋ, ଟ୍ୟାକ୍ସି, ଘରୋଇ କାର ଓ ସରକାରୀ ଗାଡି ଚାଲିବ । ରାଜ୍ୟର ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବସ୍ ଚାଲିବାରେ କୌଣସି ବି ବାଧା ରହିବ ନାହିଁ ।
- ରାଜ୍ୟରେ ସବୁପ୍ରକାରର ବସ୍ ଚଳାଚଳ କରିବ
- ସହରରେ ସିଟି ବସ ବି ଚାଲିବ
- ବସ୍ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ
- ଠିଆ ହୋଇ ଯାତ୍ରୀ ଯାଇପାରିବେ ନାହିଁ
ତେବେ ତିନି ଚକିଆ ଓ ଚାରି ଚକିଆ ଗାଡିରେ ଯାତ୍ରା ପାଇଁ କିଛି ନିୟମ ଲାଗୁ କରିଛନ୍ତି ସରକାର ।
- ଅଟୋ ଓ ଚାରି ଚକିଆ ଗାଡିରେ ଡ୍ରାଇଭର ବାଦ୍ ଦୁଇ ଜଣ ଯାତ୍ରୀ ଯାଇପାରିବେ
- ଯାତ୍ରା ବେଳେ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
- ୨୪ ଘଂଟିଆ ସେବା ଜାରି ରଖିପାରିବେ ଓଲା ଓ ଉବେର
- ରାତି ୭ରୁ ସକାଳ ୭ଯାଏ ବନ୍ଦ ରହିବନି ଟ୍ୟାକ୍ସି ସେବା
ବାଇଟ- ପ୍ରଦୀପ କୁମାର ଜେନା, ସ୍ୱତନ୍ତ୍ର ରିଲିଫ୍ କମିଶନର
କୋଭିଡ ୧୯ର ଗାଇଡ ଲାଇନ ଅନୁଯାୟୀ ଯାତ୍ରୀଙ୍କ ସ୍କ୍ରିନିଂ ଓ ବସ ସାନିଟାଇଜ କରାଯାଇ ବସ ଚଳାଚଳ କରିବ । ଟ୍ରାନ୍ସପୋର୍ଟ ନିୟମ ଉଲଂଘନ କଲେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଆଇନ୍ ଆଧାରରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ଏଥିସହ ଆନ୍ତରାଜ୍ୟ ଟ୍ରେନ୍ ବି ଚାଲିବ । ସୋମବାର ଠାରୁ ଆରମ୍ଭ ହେଉଛି ବିମାନ ସେବା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରକୁ ୧୨ଟି ବିମାନ ଆସିବ । ସେହିପରି ଝାରସୁଗୁଡାକୁ ୩ରୁ ୪ ଟି ବିମାନ ଆସିବ ।