କନକ ବ୍ୟୁରୋ : ପିପିଲି ଉପନିର୍ବାଚନର ଆସନ୍ତାକାଲି ଭୋଟ ଗଣତି । ଆସନ୍ତାକାଲି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବ । ସାଢେ ଆଠଟାରୁ ଆରମ୍ଭ ହେବ ଇଭିଏମ କାଉଂଟିଙ୍ଗ । ୧୪ଟି ଟେବୁଲରେ ହେବ ଗଣତି । ପ୍ରାୟ ୨୪ ରାଉଣ୍ଡ ଗଣତି ହେବ । ପ୍ରତିଟି କାଉଂଟିଙ୍ଗ ଏଜେଣ୍ଟ ଡ଼ବଲ ଡ଼ୋଜ ସାର୍ଟିଫିକେଟ୍ ଦେଖାଇବା ପରେ ସେମାନଙ୍କୁ ପାସ ଇସ୍ୟୁ କରାଯାଇଛି । ନିର୍ବାଚନ ପାଇଁ ନିୟୋଜିତ ସମସ୍ତ ଅଧିକାରୀଙ୍କ ଟିକାରକରଣ କରାଯାଇଛି ।

Advertisment

ମତଦାନ ପରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ୩୪୮ଟି ବୁଥର ସମସ୍ତ ଇଭିଏମ ମେସିନ୍ । ପୁଲିଂ ପାର୍ଟି ମାନେ ଦାଖଲ କରିଥିବା ଇଭିଏମ୍, ଭିଭିପାଟ ସହ ନିର୍ବାଚନ ଉପକରଣକୁ ଷ୍ଟ୍ରଙ୍ଗରୁମରେ ସିଲ କରାଯାଇଛି । ୧୬ଟି ସିସିଟିଭି ସର୍ଭେଲାନ୍ସ ଜରୀଆରେ ଏହାକୁ ରଖାଯାଇଛି । ଏହାକୁ ଜଗିଛନ୍ତି ଏକ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନ । ପିପିଲି ଅଂଚଳରେ ମଧ୍ୟ ପେଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯିବ । କାଉଂଟିଂ ପୂର୍ବରୁ ବୁଥ ସ୍ତରରେ ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ ।