କନକ ବ୍ୟୁରୋ : ଗାଁ ଗାଁ ରେ ନବୀନ ମ୍ୟାଜିକ । ୮୫୧ ଜିଲ୍ଲା ପରିଷଦ ଆସନରୁ ବର୍ତ୍ତମାନ ସୁଦ୍ଧା ୮୨୯ର ଆସିଲାଣି ଫଳାଫଳ । ୭୪୩ରେ ବିଜେଡି ବିଜୟୀ, ବିଜେପି ୪୨, ଓ କଂଗ୍ରେସ ୩୭ଟି ଆସନରେ ବିଜୟୀ ହୋଇଛନ୍ତି । ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳକୁ ମିଳିଛି ୭ଟି ଆସନ । ବର୍ତ୍ତମାନ ବି ଗଣତି ଜାରି ରହିଛି । କିଛି ସମୟ ମଧ୍ୟରେ ବାକି ଜୋନର ଆସିବ ଫଳାଫଳ ।

Advertisment

ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେଡି ୭୬୫ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୪୨ଟି ଆସନରେ, କଂଗ୍ରେସ ୩୭ଟି ଆସନରେ, ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ରହିଛନ୍ତି । ତିନି ଦିନର ଗଣତି ସୁଦ୍ଧା ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ପଦବୀ ହାତେଇବା ସ୍ଥିତିରେ ଥିବା ବେଳେ ବିଜେପି ଓ କଂଗେସ ଟକ୍କର ଦେବା ପାଇଁ ରେସରୁ ଆଉଟ ହୋଇଯାଇଛନ୍ତି ।

୨୦୧୨ରେ ୬୫୧ଟି ଜିଲ୍ଲା ପରିଷଦ ଆସନ ଜିତି ବିଜେଡି ରେକର୍ଡ କରିଥିଲା । ବିଜେପି ୨୦୧୭ରେ କଡା ଟକ୍କର ଦେଇଥିଲା । ଫଳରେ ବିଜେଡି ୪୭୬କୁ ଖସି ଆସିଥିବା ବେଳେ କଂଗ୍ରେସ ୬୦ରେ ସୀମିତ ଥିଲା । ବିଜେପି ୨୯୭ଟି ସିଟ୍ ହାତେଇଥିଲା । ହେଲେ ଚଳିତଥର ବିଜେପି ପୂର୍ବ ରେକର୍ଡ ଦୋହରାଇବ ବୋଲି ଆକଳନ କରିଥିଲା ଯାହା ସ୍ୱପ୍ନରେ ରହିଯାଇଛି ।