ବିନମ୍ରତାର ସହ କେଜରିୱାଲଙ୍କୁ ମୁହଁଭଙ୍ଗା ଜବାବ୍ ଦେଲେ ବିଜେପି ନେତା ଗୌତମ ଗମ୍ଭୀର ! କହିଲେ ଗୋଟିଏ ସିଟ୍ ପାଇଁ ଯଦି ଆପଣ ଏତେ ଗମ୍ଭୀର ଅଭିଯୋଗ ଆଣିପାରନ୍ତି ତେବେ…

707

ପୂର୍ବଦିଲ୍ଲୀରୁ ଲୋକସଭା ନିର୍ବାଚନ ଜିତିଥିବା ବିଜେପି ନେତା ଗୌତମ ଗମ୍ଭୀର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଥିଲେ ମୁଁ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ କହିବାକୁ ଚାହୁଁଛି ନିର୍ବାଚନ ଆସିବ ଏବଂ ଯିବ । କିନ୍ତୁ ଯେଉଁ ଦିନ ଆପଣ ନିଜ ମାନବିକତା ଏବଂ ବିବେକ ହରାଇଦେବେ ସେହିଦିନ ଆପଣ ସବୁକିଛି ହାରିଯିବେ । ଗୋଟିଏ ସିଟ୍ ପାଇଁ ଯଦି ଆପଣ ଏତେ ଗମ୍ଭୀର ଏବଂ ଲଜ୍ଜାଶୀଳ ଅଭିଯୋଗ ଆଣିପାରିବେ ତେବେ ମୋ ପାଖରେ ଅଧିକ ଶବ୍ଦ ନାହିଁ ଏ ବିଷୟରେ କହିବା ପାଇଁ ।

ତେବେ ଆପଣଙ୍କୁ କହିରଖୁଛୁ କିଛି ଦିନ ତଳେ ଦିଲ୍ଲୀରେ କିଛି ଚିରକୁଟିକୁ ନେଇ ହଙ୍ଗାମା ହୋଇଥିଲା । ଯେଉଁଥିରେ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ୍ ଏବଂ ପାର୍ଟି ପ୍ରତ୍ୟାଶୀ ଆତିଶୀଙ୍କୁ ନେଇ ଅପଶବ୍ଦ ଲେଖା ହୋଇଥିଲା । ଆତିଶୀଙ୍କ ବିରୁଦ୍ଧରେ ଏଥିରେ ଅପଶବ୍ଦ ଲେଖା ହୋଇଥିଲା । ଆପ୍ ଏକ ପ୍ରେସ୍ କନଫରେନ୍ସରେ ପୂର୍ବ ଦିଲ୍ଲୀ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ଉପରେ ଏହି ଚିରକୁଟି ବାଣ୍ଟିବାର ଅଭିଯୋଗ ଲଗାଇଥିଲା ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଏହି ଘଟଣାକୁ ନେଇ ଗୌତମ ଗମ୍ଭୀରଙ୍କୁ ଏକ ଆଇନ୍ ନୋଟିସ୍ ପଠାଇଥିଲେ ଏବଂ ଆଇନର ପ୍ରଶ୍ରୟ ନେବା ପାଇଁ ଧମକ ଦେଇଥିଲେ । ନୋଟିସ୍ ରେ ଏହା ଲେଖାହୋଇଥିଲା ଯେ କେଜରିୱାଲଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା କରନ୍ତୁ । ଏହାକୁ ନେଇ ଗମ୍ଭୀରଙ୍କୁ ନିଜ ସୋସିଆଲ୍ ଆକାଉଣ୍ଟରେ ସଠିକ୍ ତଥ୍ୟ ଦେବା ପାଇଁ ମଧ୍ୟ କୁହାଯାଇଥିଲା ଏବଂ ଏଭଳି କରିବାରେ ଅସଫଳ ରହିବାରୁ ଆଇନର ପ୍ରଶ୍ରୟ ନେବା ପାଇଁ କୁହାଗଲା ।