ତିର୍ତ୍ତୋଲରେ ୧୪ ତମ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଆଗରେ । ମୋଟ ୨୦୯୪୬ ଭୋଟରେ ବିଜୟ ଅଭିମୁଖେ ବିଜେଡି ପ୍ରାର୍ଥୀ

୧୪ ତମ ରାଉଣ୍ଡରେ ବିଜେଡି ଆଗୁଆ । ମୋଟ ୬୪୭୬ ଭୋଟରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗୁଆ

119

କନକ ବ୍ୟୁରୋ: ୧୪ ପର୍ଯ୍ୟାୟ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ  ସ୍ୱରୂପ ଦାସଙ୍କୁ  ୩୧୦୨ ଭୋଟ , ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ୨୫୭୪ ଏବଂ କଂଗ୍ରେସ ପ୍ର୍ାର୍ଥୀ ମମତା କୁଣ୍ଡୁଙ୍କୁ ମିଳିଛି ମାତ୍ର ୧୩୦ଟି ଭୋଟ୍ । ସେହିଭଳି ୧୪ ରାଉଣ୍ଡ ଶେଷ ସୁଦ୍ଧା ମାତ୍ର  ୬ ହଜାର ୪୭୬ ଖଣ୍ଡ ଭୋଟରେ ବିଜେପିଠାରୁ ଆଗରେ ରହିଛି ବିଜୁ ଜନତା ଦଳ ।

ଅନ୍ୟପଟେ, ତିର୍ତ୍ତୋଲ ବିଧାନସଭା ଆସନରେ କିନ୍ତୁ ବିଜେଡିର ଗତିରେ ଲାଗୁନି ବ୍ରେକ୍ । ସମସ୍ତ ରାଉଣ୍ଡରେ ବିପୁଳ ମାତ୍ରାର ଭୋଟ୍ ହାତେଇ ମାଡି ଚାଲିଛି ବିଜୟ ଦାସଙ୍କ  ବିଜୟ ରଥ । ତେବେ ବିଜେଡିକୁ ଏହି ରାଉଣ୍ଡରେ ୨୯୭୭ଟି ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୧୨୯୫ଟି ଭୋଟ୍ । ଅନ୍ୟପଟେ ୧୪ ତମ ରାଉଣ୍ଡ ଗଣତିରେ କଂଗ୍ରେସ ପାଇଛି ୧୩୭୯ଟି ଭୋଟ୍ । ତେବେ ତିର୍ତ୍ତୋଲରେ ବିଜେପିକୁ ଲଗାତର ଭାବେ ଭୋଟ୍ ସଂଖ୍ୟାରେ କାଟି ଚାଲିଛି କଂଗ୍ରେସ । ସେହିଭଳି ୧୪ ରାଉଣ୍ଡ ଭୋଟ୍ ଗଣତି ଶେଷ ସୁଦ୍ଧା ୨୦ ହଜାର ୯୪୬ ଖଣ୍ଡ ଭୋଟ୍ ଆଗରେ ରହିଛି ବିଜେଡି ।