ବଡ଼ ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତି: ବଡ଼ ଦିନରେ ଚର୍ଚ୍ଚ ଯିବା ମନା, ଘରେ ରହି ଉତ୍ସବ ପାଳନ କରିବାକୁ ପ୍ରଶାସନର ଅନୁରୋଧ

Advertisment
ବଡ଼ ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତି: ବଡ଼ ଦିନରେ ଚର୍ଚ୍ଚ ଯିବା ମନା, ଘରେ ରହି ଉତ୍ସବ ପାଳନ କରିବାକୁ ପ୍ରଶାସନର ଅନୁରୋଧ

କନକ ବ୍ୟୁରୋ: ବଡ଼ ଦିନରେ ଚର୍ଚ୍ଚ ଯିବା ମନା । କନ୍ଧମାଳରେ ଡ଼ିସେମ୍ବର ୨୫ରେ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଯିବା ଉପରେ କଟକଣା ଜାରି କରାଯାଇଛି । ଚର୍ଚ୍ଚରେ ଲାଗିବ ନାହିଁ ଲାଇଟ କି ହେବନି ସାଜସଜା । କେବଳ ୧୫ ଜଣ ମଧ୍ୟରେ ଚର୍ଚ୍ଚ ରେ ବଡଦିନ ପାଳନ କରାଯିବ । ଘରେ ରହି ବଡ଼ ଦିନ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ଦିଆଯାଇଛି ।

publive-image

କୋଭିଡ୍କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ବର୍ଷ କର ପର୍ବକୁ କୋରନା କଟକଣା ପାଇଁ ଚର୍ଚ୍ଚ ରେ ପାଳନ କରିପାରିବେ ନାହିଁ ଖ୍ରୀଷ୍ଟିୟାନ ଶ୍ରଦ୍ଧାଳୁମାନେ । କରୋନା କଟକଣା ପାଇଁ ପ୍ରଶାସନର ଏଭଳି ନିଷ୍ପତି ଖ୍ରୀଷ୍ଟିୟାନ ଶ୍ରଦ୍ଧାଳୁଙ୍କ  ମନରେ ଆଘାତ ଦେଇଛି । ଘରେ ରହି ଖ୍ରୀଷ୍ଟିୟ ଭାଇଭଉଣୀ ମାନେ କେକ ଓ ମିଠା ବାଂଟି ଏହି ଦିନକୁ ପାଳନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe