କନକ ବ୍ୟୁରୋ: ହାଇକୋର୍ଟରେ ବାଲିଘାଟ ମାମଲାର ଶୁଣାଣି ହୋଇଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ବାଲି ବୋଝେଇ ଗାଡି ଯା ଆସ କରିପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଅର୍ଥାତ ବାଲି ବୋଝେଇ ଗାଡି ରାତି ୯ଟାରୁ ସକାଳ ୭ଟା ଯାଏଁ ହିଁ ଯିବା ଆସିବା କରିପାରିବ । ମେସିନ ଦ୍ୱାରା ବାଲି ଖନନ ପ୍ରକ୍ରିୟା ହୋଇପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଏହାଛଡା ବାଲିଘାଟ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠା ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଦୂଷଣ ଓ ରାଜସ୍ୱ ହାନି ରୋକିବା ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ନିୟମ ଆସନ୍ତାକାଲିଠାରୁ କଡାକଡି ଭାବେ ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।