କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଅଲିଭ ରିଡଲେ କଇଁଛ ଋତୁ । ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା । ୫୦ ପ୍ରତିଶତ କଇଁଛ ଏଠାରେ ଭିଡ ଜମାଇଥାନ୍ତି । ସେହିଭଳି ଟ୍ରଲର ଚଳାଚଳ ଓ ମାଛଧରା ଡଙ୍ଗା ଉପରେ କଟକଣା ଜାରି କରାଯାଇଛି । ନଭେମ୍ବର ୧ରୁ ମେ ୩୧ ଯାଏଁ ଏହି ଟ୍ରଲର ଚଳାଚଳ ଉପରେ ରୋକ ଲଗାଯାଇଛି । ଏହି ସମୟ ମଧ୍ୟରେ ନିଷିଦ୍ଧାଞ୍ଚଳ ଗୁଡିକରେ ମାଛ ନମାରିବାକୁ ମତ୍ସ୍ୟଜୀବୀମାନଙ୍କୁ ଅନୁରୋଧ କରିଛି ବନବିଭାଗ । ସୁରକ୍ଷା ପାଇଁ ଦୁଇଟି ଅଫିସର କ୍ୟାମ୍ପ କରାଯିବ । ପ୍ରତି କ୍ୟାମ୍ପରେ ୨୦ ଜଣ ବନ କର୍ମଚାରୀ ସାମିଲ ହେବାକୁ ରହିଛଇ ନିର୍ଦ୍ଦେଶ ।
ଅଲିଭ ରିଡଲେଙ୍କ ମିଳନ ଋତୁରେ ମାଛଧରା ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ କଟକଣା। ନଭେମ୍ବର ୧ରୁ, ମେ ୩୧ ଯାଏଁ ଟ୍ରଲର ଚଳାଚଳ ବନ୍ଦ।
/kanak/media/post_attachments/wp-content/uploads/2022/11/11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)