ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଲାଗିଲା ରୋକ୍ । ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ ।

106

କନକ ବ୍ୟୁରୋ : ବ୍ୟାସକବି ଫକିରମୋହନଙ୍କ ଆତ୍ମଜୀବନି ପ୍ରକାଶନ ଉପରେ ଲାଗିଲା ଅଙ୍କୁଶ । ଅଣନାତୁଣୀ ମିନାକ୍ଷୀ ଦତଙ୍କୁ ପାଣ୍ଡୁଲିପି ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ କମର୍ସିଆଲ୍ ଅଦାଲତ । ବ୍ୟାସକବିଙ୍କ ହାତଲେଖା ପ୍ରକାଶ କରିପାରିବେ ନାହିଁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଏବଂ ରାଷ୍ଟ୍ରୀୟ ଅଭିଲେଖାଗାରର ସହନିର୍ଦ୍ଦେଶକ ଲଲାଟେନ୍ଦୁ ଦାଶମହାପାତ୍ର । ଏହାସହ ଫକିରମୋହନଙ୍କ ଅଣନାତୁଣୀ ମିନାକ୍ଷୀ ଦତଙ୍କୁ ଏକ ମାସ ମଧ୍ୟରେ ପାଣ୍ଡୁଲିପି ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଲାଗିଲା ରୋକ୍ । ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ । ପାଣ୍ଡୁଲିପି ଉପରେ ମିନାକ୍ଷୀ ଦତ୍ତଙ୍କ ରହିଛି ପ୍ରକୃତ ମାଲିକାନା । ମୂଳ ପାଣ୍ଡୁଲିପି, ଡିଜିଟାଇଜ୍ ଲେଖା ୧ ମାସ ଭିତରେ ଫେରାଇବାକୁ ନିର୍ଦ୍ଦେଶ । ବ୍ୟାସକବି ଫକୀରମୋହନ ସେନାପତିଙ୍କ ଆତ୍ମଜୀବନୀ ‘ମୋ ଜୀବନୀ’ ପ୍ରକାଶନ ଉପରେ ଅଙ୍କୁଶ ଲଗାଇଛନ୍ତି କଟକ କମର୍ସିଆଲ୍ ଅଦାଲତ ।

ଓଡିଆ କଥା ସାହିତ୍ୟର ଜନକ ଫକୀରମୋହନ ସେନାପତିଙ୍କ ଅପ୍ରକାଶିତ ହାତ ଲେଖା ପ୍ରକାଶନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । କୋର୍ଟଙ୍କ କହିବା ଅନୁସାରେ, ବ୍ୟାସକବିଙ୍କ ହାତଲେଖା ପ୍ରକାଶ କରିପାରିବେ ନାହିଁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଏବଂ ରାଷ୍ଟ୍ରୀୟ ଅଭିଲେଖାଗାରର ସହନିର୍ଦ୍ଦେଶକ ଲଲାଟେନ୍ଦୁ ଦାଶମହାପାତ୍ର । ଏହାସହ ଫକିରମୋହନଙ୍କ ଅଣନାତୁଣୀ ମିନାକ୍ଷୀ ଦତଙ୍କୁ ଏକ ମାସ ମଧ୍ୟରେ ପାଣ୍ଡୁଲିପି ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ପ୍ରକାଶନ ବନ୍ଦ କରିବା ଲାଗି ଫକୀରମୋହନଙ୍କ ଅଣନାତୁଣୀ ମିନାକ୍ଷୀ ଦତଙ୍କ ଆବେଦନର ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ । କୋର୍ଟ କହିଛନ୍ତି, ୨୦୧୯, ଅଗଷ୍ଟ ୧୮ରେ ହୋଇଥିବା ଚୁକ୍ତିନାମା ଅନୁସାରେ, ଆବେଦନକାରୀଙ୍କ ପକ୍ଷରୁ ହସ୍ତାନ୍ତର କରାଯାଇଥିବା ୫୧୯ ପୃଷ୍ଠାର ‘ମୋ ଜୀବନୀ’ ସହ ଅନ୍ୟ ପାଣ୍ଡୁଲିପି ପ୍ରତିପକ୍ଷ ପ୍ରକାଶ କରିପାରିବେ ନାହିଁ । ପ୍ରକାଶନ ଉପରେ ସ୍ଥାୟୀ ରୋକ ଲଗାଇଛନ୍ତି କୋର୍ଟ । ଆବେଦନକାରୀ ମିନାକ୍ଷୀ ଦତ୍ତ ପ୍ରକୃତ ସ୍ୱତ୍ୱାଧିକାରୀ ଓ ଏହାର ମାର୍ଫତଦାର ହୋଇଥିବାରୁ ତାଙ୍କୁ ପାଣ୍ଡୁଲିପି ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟଙ୍କ ରାୟ ପରେ ଦେବୀପ୍ରସନ୍ନ ପୁଣି କହିଛନ୍ତି ସେ ଉପର କୋର୍ଟକୁ ଯିବେ । ଏପଟେ ମିନାକ୍ଷୀ ଦତ ମଧ୍ୟ କହିଛନ୍ତି ସେ ମଧ୍ୟ ଉପର କୋର୍ଟରେ ଏହାକୁ ବିରୋଧ କରିବେ । ଅର୍ଥାତ୍ ଏହି ବିବାଦର ନ୍ୟାୟିକ ଲଢ଼େଇ ଆଗକୁ ମଧ୍ୟ ଜାରି ରହିବ । ଆଉ ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଆହୁରି ଘୁଞ୍ଚିଯିବ ।