ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା । ହୋଟେଲ, କ୍ଲବ୍ରେ ହୋଇପାରିବ ନାହିଁ ନୂଆବର୍ଷ ଉତ୍ସବ ପାଳନ, ଭୁବନେଶ୍ୱରରେ ଜଗିବେ ୨୦ ପ୍ଲାଟୁନ୍ ଫୋର୍ସ, କଟକରେ ୨୫ ପ୍ଲାଟୁନ୍

263

କନକ ବ୍ୟୁରୋ : ଏହିବର୍ଷ ଦେଖିବାକୁ ମିଳିବନି ଏ ଚିତ୍ର । ଚଳିତ ବର୍ଷ କୋଭିଡ କଟକଣା କାରଣରୁ ହୋଟେଲରେ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ । ମ୍ୟୁଜିକ ବାଜିବନି । ନାଚଗୀତ ହେବ ନାହିଁ । ସରକାରୀ ଗାଇଡଲାଇନ ଅନୁସାରେ କୌଣସି ପ୍ରକାର ସୋସିଆଲ ଗାଦରିଂ ଉପରେ ମଧ୍ୟ ରୋକ ଲାଗିଛି । ହୋଟେଲ, କ୍ଲବରେ ପାଳନ ହୋଇପାରିବ ନାହିଁ ନୂଆବର୍ଷ ଉତ୍ସବ । ଲୋକେ ଘରେ ରହି ନୂଆବର୍ଷ ମନେଇ ପାରିବେ । ପୁରା ସହର ଉପରେ ନଜର ରଖିବ ବିଏମସି ସ୍କ୍ୱାର୍ଡ ।

ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଥିବାରୁ ଟୁଇନ ସିଟି ଉପରେ କଡା ନଜର ରଖିବ ପୋଲିସ ସ୍କ୍ୱାର୍ଡ ।
-ଭୁବନେଶ୍ୱରରେ ପାଖାପାଖି ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
-ହୋଟେଲ ଏବଂ କ୍ଲବ ଗୁଡିକରେ ସରପ୍ରାଇଜ୍ ଚେକିଂ କରାଯିବ ।
-୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂକୁ କଡାକଡି କରାଯାଇଛି ।
-କଟକରେ ୩୧ ତାରିଖ ଏବଂ ୧ ତାରିଖରେ ୨୫ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ ।
-୪୦ ଅଫିସର ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ
-ରାସ୍ତା ଉପରେ ଲୋକେ କିପରି ଏକାଠି ନ ହେବେ, ନଜର ରଖିବେ ଥାନା ଅଧିରାରୀ
-ଗଳିକନ୍ଦିରେ ମୁତୟନ ହେବ ପିସିଆର ଭ୍ୟାନ

ନୂଆବର୍ଷ ପାଇଁ ସରକାରଙ୍କ ଏହି ନିଷ୍ପତିକୁ ହୋଟେଲ ସଂଘ ସ୍ୱାଗତ କରିବା ସହିତ ସହଯୋଗର ହାତ ବଢାଇଛି । ଜନସାଧାରଣଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ହୋଟେଲ ଗୁଡିକରେ କଟକଣାକୁ ପାଳନ କରାଯିବ ବୋଲି ହୋଟେଲ ସଂଘ କହିଥିବା ବେଳେ ପରିବାର ସହିତ କୋଭିଡ ନିୟମ ମାନି ଲୋକେ ରେଷ୍ଟୁରାଂଟକୁ ଖାଇବା ପାଇଁ ଆସିପାରିବେ ।