କଟକରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସିର ପଦକ୍ଷେପ

87

କନକ ବ୍ୟୁରୋ : କଟକରେ ଜିରୋନାଇଟ ସେଲିବ୍ରେସନ ଉପରେ ଲାଗିଲା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସି ନେଲା ପଦକ୍ଷେପ । ହୋଟେଲ, ମଣ୍ଡପ, କ୍ଲବରେ ଭିଡ ନକରିବାକୁ ନିର୍ଦ୍ଦେଶ । ନିଜ ନିଜ ଘରେ ରହି ନୂଆ ବର୍ଷ ପାଳିବାକୁ ଦିଆଗଲା ପରାମର୍ଶ ।

ଏହା ପୂର୍ବରୁ ଭୁବନେଶ୍ୱରରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି ବିଏମସି । ଏଥର ଭୁବନେଶ୍ୱରର କୌଣସି ଜାଗାରେ ନୂଆବର୍ଷରେ ଜିରୋ ନାଇଟ ସେଲିବ୍ରେସନ ହେବନି । ଏହାସହ ନିୟମକୁ ମଧ୍ୟ କଡାକଡି କରାଯାଇଛି ।

ହୋଟେଲ, କ୍ଲବ ନଯାଇ ଘରେ ରହି ପରିବାର ଓ ସାଂଗସାଥୀଙ୍କ ସହ ନୂଆ ବର୍ଷ ପାଳନ କରିବାକୁ ପରାମର୍ଶ ଦିଆଇଛି । ମୁଖ୍ୟତଃ ୩ଟି ଦିଗ ଉପରେ ଜୋର ଦିଆଯାଇ ଗାଇଡଲାଇନ ଜାରି କରାଯାଇଛି । କରୋନା ପାଇଁ ଏଥର ନୁଆବର୍ଷ ଫିକା ରହିବ ।

ସେହିପରି ଜିରୋନାଇଟ ସେଲିବ୍ରେସନକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଜିରୋ ନାଇଟ ସେଲିବ୍ରେସନ ବାରଣ କରାଯାଇଛି । ରାଜଧାନୀରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ସବୁ ହୋଟେଲ ଓ କ୍ଲବ ମାନଙ୍କର ସରପ୍ରାଇଜ ଚେକିଂ କରାଯିବ । ଡିସେମ୍ବର ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ ।