ଅକ୍ସିଜେନ ଯୋଗାଣରେ କଟକଣା । ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ ।

161

କନକ ବ୍ୟୁରୋ: ଅକ୍ସିଜେନ ଯୋଗାଣରେ କଟକଣା । ଦେଶରେ ନିର୍ଦ୍ଦିଷ୍ଟ ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣରେ କଟକଣା । ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ । ୯ଟି ଶିଳ୍ପ କ୍ଷେତ୍ରକୁ ବାଦ ଦେଇ ଅନ୍ୟ ଶିଳ୍ପାନୁଷ୍ଠାନକୁ ଯୋଗାଣ ବନ୍ଦ । ଅବାଧରେ ଅକ୍ସିଜେନ ସିଲିଣ୍ଡର ସ୍ଥାନାନ୍ତର ପାଇଁ ଆସିଲା ମାର୍ଗଦର୍ଶିକା । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ପାଇଁ କେନ୍ଦ୍ରର ମାର୍ଗଦର୍ଶିକା ।

ହସ୍ପିଟାଲକୁ ଆସୁଥିବା ଅକ୍ସିଜେନକୁ କେହି ଅଟକାଇପାରିବେ ନାହିଁ । ଅବାଧରେ ହେବ ଅନ୍ତଃରାଜ୍ୟ ଅକ୍ସିଜେନ ସିଲିଣ୍ଡର ସ୍ଥାନାନ୍ତର । ଯେକୌଣସି ସହରକୁ ଯେକୌଣସି ସମୟରେ ଯାଇପାରିବ ଅକ୍ସିଜେନ । ଆଜିଠାରୁ ଆଗାମୀ ନିର୍ଦ୍ଦେଶ ଯାଏଁ ଅକ୍ସିଜେନ ଯୋଗାଣ ଉପରେ କଟକଣା ଲାଗୁ ।