ବିବାହ ଏବଂ ଅନ୍ତିମ ସଂସ୍କାର ଉପରେ କଟକଣା ଜାରି କଲେ ରାଜ୍ୟ ସରକାର । ବିବାହରେ ୫୦, ଅନ୍ତ୍ୟେଷ୍ଟିରେ ୨୦ ଲୋକଙ୍କୁ ଅନୁମତି । ସେପଟେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ପରୀକ୍ଷା । 

404

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ ଘୋଷଣା । କରୋନା ସଂକ୍ରମଣକୁ ଆଖିରେ ବର୍ତ୍ତମାନ ପାଇଁ ପରୀକ୍ଷାକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ପରୀକ୍ଷା ସମ୍ପର୍କରେ ନିର୍ଦ୍ଧିଷ୍ଟ ଭାବେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଅନ୍ୟପଟେ ସଂକ୍ରମଣ ବଢୁଥିବା ଦେଖି ରାଜ୍ୟ ସରକାର ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ବି କଟକଣା ଜାରି କରିଛନ୍ତି । ଏଣିିକି ବିବାହରେ କେବଳ ୫୦ ଜଣ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ମିଳିବ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଯୋଗ ଦେବାକୁ ଅନୁମତି ମିଳିବ ବୋଲି ରାଜ୍ୟ ସରକାର ନିୟମ ଜାରି କରିଛନ୍ତି ।  ପୂର୍ବରୁ ବିବାହ ପାଇଁ ପ୍ରୋସେସନ ଅନୁମତି ଦେଇଥିବା ରାଜ୍ୟ ସରକାର ଏବେ ପୁଣି ଥରେ ପ୍ରୋସେସନକୁ ନାଁ କହିଛନ୍ତି ।

ସେହିପରି କୋଭିଡ୍ ପରିସ୍ଥିତିରେ ରାଜ୍ୟର ବ୍ୟବସାୟୀମାନେ କୋଭିଡ୍ ନିୟମ ଅନୁପାଳନ କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ବ୍ୟବସାୟୀମାନେ ସବୁବେଳେ ମାସ୍କ ପିନ୍ଧିବା ସହିତ ଦୋକାନରେ ସାମାଜିକ ଦୂରତା ପାଳନ କରିବାକୁ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ହାଟ, ଦୋକାନ ଓ ବଜାରରେ ଏଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି । ଯଦି କୌଣସି ଦୋକାନୀ ନିୟମ ନମାନିଲେ ତେବେ ତାଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରେସମିଟ କରି ସୂଚନା ଦେଇଛନ୍ତି ।