କନକ ବ୍ୟୁରୋ: କଟକରେ ଦୋଳ ମେଳଣ ଓ ହୋଲି ପାଳନ ଉପରେ କଟକଣା । ମେଳଣ ପଡିଆରେ ୨ ଶହରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଦୋଳ ବିମାନ ଯାତ୍ରା ବେଳେ ୧୦ରୁ ଅଧିକ ଲୋକ ରହିପାରିବେ ନାହିଁ । ମେଳଣ ପଡିଆରେ ଡାକବାଜି ଯନ୍ତ୍ର ବାଜିପାରିବ ନାହିଁ । ଦୋଳ ମେଳଣରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।
ସେହପରି ହୋଲି ପାଇଁ ମଧ୍ୟ କଟକଣା ଲାଗିଛି । ନିଜ ଘରେ ରହି ହୋଲି ଖେଳିବାକୁ ପରାମର୍ଶ । ବଡ ଧରଣର ଏକାଠି ହୋଇ ହୋଲି ଖେଳିବାକୁ ଅନୁମତି ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।
ପୂର୍ବ ବର୍ଷ ମଧ୍ୟ କରୋନା ଯୋଗୁଁ ହୋଲି ପାଳନ ହୋଇପାରି ନଥିଲା । ତେବେ ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/7-20.jpg)