ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । କରୋନା କଟକଣା ଯୋଗୁଁ ଏଥର ବୋଇତ ବନ୍ଧାଣକୁ ମନା, ନଦୀରେ ଭାସିବନି ଡଙ୍ଗା  

234

କନକ ବ୍ୟୁରୋ : ରାତି ପାହିଲେ କାର୍ତିକ ପୂର୍ଣ୍ଣିମା । ହେଲେ କରୋନା କଟକଣା ଯୋଗୁଁ ଏଥର ବୋଇତ ବନ୍ଧାଣକୁ ମନା କରିଛି ପ୍ରଶାସନ । ରାଜଧାନୀର କୌଣସି ଜଳାଶୟ, ପୁସ୍କରଣୀ, ନଦୀରେ ଡଙ୍ଗା ଭସାଣ ହେବ ନାହିଁ । କୌଣସି ବ୍ୟକ୍ତି ମନ୍ଦିରକୁ ଯାଇ ଦିଅଁ ଦର୍ଶନ କରିପାରିବେ ନାହିଁ ।

ଗାଇଡଲାଇନକୁ ପାଳନ କରି କରୋନା ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜଧାନୀ ବାସିଙ୍କୁ ଅପିଲ କରିଛି କମିସନରେଟ ପୁଲିସ । ତେବେ ଆସନ୍ତାକାଲି ବୋଇତ ବନ୍ଧାଣ ହେଉଥିବା ସାର୍ବଜନୀନ ସ୍ଥଳରେ ପୁଲିସ ମୁତୟନ ହେବ ଓ ଯିଏ ଆଇନ ଉଲ୍ଲଂଘନ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି ।