କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ଲାଗି କଟକଣା । ହବିଷ୍ୟାଳୀଙ୍କୁ ପୁରୀ ନଆସିବାକୁ ଅନୁରୋଧ କଲା ଜିଲ୍ଲା ପ୍ରଶାସନ ।

576

କନକ ବ୍ୟୁରୋ : କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ପାଇଁ ଜାରି ହେଲା କଟକଣା । କଟକଣା ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ । ଯଥା ସମ୍ଭବ ହବିଷ୍ୟାଳୀ ପୁରୀ ନଆସନ୍ତୁ । ଅତ୍ୟାବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ନଆସିବାକୁ ଅନୁରୋଧ କଲା ପୁରୀ ଜିଲ୍ଲା ପ୍ରଶାସନ । ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ କୋଭିଡ ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ହବିଷ୍ୟାଳୀଙ୍କୁ ପୁରୀ ଆସିବାକୁ କୁହାଯାଇଛି । ଅନ୍ୟପକ୍ଷରେ ଜନସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ମଧ୍ୟ ଏଯାଏଁ ଖୋଲାଯାଇନାହିଁ । ବର୍ତ୍ତମାନ ପୁରୀରେ ମଧ୍ୟ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି ।