ରଥ ଗଡ଼ିବନି କୋରାପୁଟରେ: ଚଳିତ ବର୍ଷ ଶାବର ଶ୍ରୀକ୍ଷେତ୍ରରେ ହେବନି ରଥଟଣା…ମନ୍ଦିର ପରିସର ବାହାରେ ରଥ ଟାଣିବା ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ

166

କନକ ବ୍ୟୁରୋ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ହେବନି ରଥଟଣା । ରଥଟଣା ଉପରେ କଟକଣା ଲଗାଇଲେ ଜିଲ୍ଲା ପ୍ରଶାସନ । ମନ୍ଦିର ପରିସର ବାହାରେ ରଥ ଟାଣିବା ଉପରେ କଟକଣା ଲଗାଇଛନ୍ତି ପ୍ରଶାସନ । କୋଭିଡ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି ମନ୍ଦିର ବାହାରେ କୌଣସି ବି ପରିସ୍ଥିତିରେ ରଥଟଣା ହେବ ନାହିଁ । ମନ୍ଦିର ପରିଚାଳନା କମିଟି ମନ୍ଦିର ଭିତରେ ହିଁ ରଥଯାତ୍ରାର ସମ୍ପୂର୍ଣ୍ଣ ନୀତିକାନ୍ତି ସମାପନ କରିବା ପାଇଁ ଏଥିରେ କୁହାଯାଇଛି । କିିଛି ନିର୍ଦ୍ଧିଷ୍ଟ ସଂଖ୍ୟାରେ ସେବାୟତ ମାସ୍କ ପିନ୍ଧି , ସାମାଜିକ ଦୂରତା ରଖି ନୀତିକାନ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।