କନକ ବ୍ୟୁରୋ: କରୋନା ବିରୋଧୀ ଲଢେଇ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଜାରି ହୋଇଥିବା ଲକଡାଉନ୍ ସୋମବାରଠାରୁ କୋହଳ ହେବା ନେଇ ସଂକେତ ଦେଇଥିଲେ ସରକାର । କେତେକ ସର୍ତ ସହିତ ତାଲାବନ୍ଦ କଟକଣା କୋହଳ ହେବା ନେଇ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ ତାରିଖ ଅର୍ଥାତ ସୋମବାରଠାରୁ ସାରା ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ । କରୋନା ହଟସ୍ପଟ ଅଂଚଳକୁ ବାଦ ଦେଇ ଅନ୍ୟ ସ୍ଥାନରେ କଟକଣା କୋହଳ ହେବ ।

Advertisment

ଗାଡି଼ ଚଳାଚଳ
- କେବଳ ଜରୁରୀ କାମରେ ଗାଡି ନେଇ ବାହାରି ପାରିବେ ଲୋକ
- ୪ ଚକିଆ ଗାଡିରେ ଡ୍ରାଇଭର ସହ ପଛସିଟରେ ବସିବେ ଜଣେ ପାସେଞ୍ଜର
- ୨ ଚକିଆ ଗାଡିରେ କେବଳ ଜଣେ ଯିବାକୁ ମିଳିବ ଅନୁମତି

କ୍ୟାବ୍ ସେବା
- ଟ୍ୟାକ୍ସି, ଅଟୋରିକ୍ସା ଓ କ୍ୟାବ ସେବା ମେ’ ୩ ତାରିଖ ଯାଏଁ ବନ୍ଦ ରହିବ
- ଏହି ସମୟରେ ଖୋଲା ରହିବ ଗାଡି ମରାମତି ଦୋକାନ

କାର୍ଯ୍ୟାଳୟ
- ୫୦ ପ୍ରତିଶତ କର୍ମଚାରୀରେ ଚାଲିବ କେବଳ ଆଇଟି କମ୍ପାନି
- ଅନ୍ୟାନ୍ୟ ଅଫିସ ୩୩ ପ୍ରତିଶତ କର୍ମଚାରୀରେ ଚଳାଇବାକୁ କଟକଣା
- ସାମାଜିକ ଦୂରତା ରଖି ବଡ ଗାଡିରେ ଅଫିସ ଆସିବେ କର୍ମଚାରୀ
- ଅଫିସ ଭିତରେ ୧୦ ଫୁଟ୍ ଦୂରତା ରଖି କାମ କରିବେ କର୍ମଚାରୀ
- ଭିନ୍ନ ଭିନ୍ ସିଫ୍ଟରେ କର୍ମଚାରୀ ଆସିବେ ଓ ଅଲଗା ଅଲଗା ଲଂଚବ୍ରେକ ରହିବ
- ସମସ୍ତ କର୍ମଚାରୀ ମାସ୍କ ପିନ୍ଧି ଆସିବାକୁ ବାଧ୍ୟ
- ଲିଫ୍ଟରେ ୪ ଜଣରୁ ଅଧିକ ଯାଇପାରିବେ ନାହିଁ
- ଅଫିସରେ ଥର୍ମାଲ ସ୍କ୍ରିନିଂ ଓ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ପରାମର୍ଶ
- ୬୫ ବର୍ଷରୁ ଅଧିକ ଓ ୫ବର୍ଷରୁ କମ ବୟସର ପିଲା ଥିବା କର୍ମଚାରୀ ଘରୁ କାମ କରିବେ

ଇ-କମର୍ସ
- ଆମାଜନ୍, ଫ୍ଲିପକାର୍ଟ ଭଳି ଅନଲାଇନ ସପିଂ ସଂସ୍ଥା କାରବାର ଜାରି ରଖିବେ
- ହେଲେ କେବଳ ଜରୁରୀ ସାମଗ୍ରୀ ଯୋଗାଇ ପାରିବେ ଏସବୁ ଅନଲାଇନ ସଂସ୍ଥା
- ସାମାଜିକ ଦୂରତା ରକ୍ଷା କରି କାରବାର କରିପାରିବେ କିରାନା ଦୋକାନ

ନିର୍ମାଣ କାମ
- ସୋମବାରଠାରୁ ଆରମ୍ଭ ହେବ ସମସ୍ତ ପ୍ରାକର ନିର୍ମାଣ କାମ
- କେତେକ କଟକଣା ଭିତରେ ଚାଲିବ ରିୟଲ ଇଷ୍ଟେଟ୍ କାମ
- ହେଲେ ବାହାର ରାଜ୍ୟରୁ ଶ୍ରମିକ ଆଣିପାରିବେନି ଠିକାଦାର

କୃଷି କାମ
- ସୋମବାରଠାରୁ ସାରା ଦେଶରେ ଆରମ୍ଭ ହେବ କୃଷି କାମ
- ଖାଦ୍ୟ ସାମଗ୍ରୀ ପ୍ୟାକେଟିଂ ଓ ବିତରଣକୁ ଦିଆଯିବ ଅନୁମତି
- ସାମାଜିକ ଦୂରତା ରଖି କାମ କରିବେ ଏସଂପର୍କୀତ କମ୍ପାନି

ସେବା କ୍ଷେତ୍ର
- ଇଲେକ୍ଟ୍ରିସିଆନ, ପାଣି ପାଇପ ମିସ୍ତ୍ରୀ, ମୋଟର ମେକାନିକ କାମ କରିପାରିବେ
- କାଠ କାମ ଓ କୋରିଅର ସେବାକୁ କଟକଣା ମୁକ୍ତ କରାଯାଇଛି
- କେବୁଲ ଓ ଡିଟିଏଚ ସେବା ପ୍ରଦାନକାରୀ ମରାମତି ଓ ସେବା ଜାରି ରଖିବେ

ସାମଗ୍ରୀ ପରିବହନ
- ସେମବାରଠାରୁ ଅବାଧରେ ହେବ ସମସ୍ତ ପ୍ରକାର ସାମଗ୍ରୀ ପରିବହନ
- ଟ୍ରେନ୍ ଓ କାର୍ଗୋ ବିମାନରେ ସାମଗ୍ରୀ ପରିବହନକୁ କଟକଣା ମୁକ୍ତ କରାଯାଇଛି
- ଦୁଇଜଣ ଡ୍ରାଇଭର ଓ ଜଣେ ହେଲ୍ପରରେ ଚାଲିବ ଟ୍ରେନ ଓ କାର୍ଗୋ ବିମାନ

ଜରୁରୀ ସେବା
- ବ୍ୟାଙ୍କ, ଏଟିଏମ, ପୋଷ୍ଟ ଅଫିସ ଓ ପେଟ୍ରୋଲ ପମ୍ପ ଖୋଲା ରହିବ
- ହସ୍ପିଟାଲ, ନର୍ସିଂହୋମ, ଲାବୋରେଟୋରୀ ଓ ଔଷଧ ଦୋକାନ ଖୋଲା ରହିବ
- ଆମ୍ବୁଲାନ୍ସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ