କନକ ବ୍ୟୁରୋ : ହେଲମେଟ ବିନା ଓଭରବ୍ରିଜରେ ହାତେ ଆଗେଇ ପାରିବେ ନାହିଁ ବାଇକ ଆରୋହୀ । ଏଭଳି ନିୟମ ଅନ୍ୟ କେଉଁଠି ନୁହେଁ ବରଂ ଭୁବନେଶ୍ୱରରେ ଲାଗୁ ହେବାକୁ ଯାଉଛି । ଓଭରବ୍ରିଜ ଉପରେ ବାରମ୍ବାର ଦୁର୍ଘଟଣାରେ ମୃତ୍ୟୁ ଖବର ସାମ୍ନାକୁ ଆସୁଥିବା ବେଳେ ଏହାକୁ ରୋକିବାକୁ ନୂଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଅଧିକ ଦୁର୍ଘଟଣା ହେଉଥିବା ଖଣ୍ଡଗିରିରୁ ରସୁଲଗଡ ଓଭରବ୍ରିଜ ମଧ୍ୟରେ ଏହି ନିୟମ ଲାଗୁ କରିବାକୁ ନିଷ୍ପତି ନେଇଛି ପ୍ରଶାସନ ।
ଜିଲ୍ଲା ସଡକ ସୁରକ୍ଷା କମିଟି ଅନୁଯାୟୀ, ଖଣ୍ଡଗିରିରୁ ରସୁଲଗଡ ଓଭରବ୍ରିଜ ଉପରେ ଅଧିକାଂଶ ଦୁର୍ଘଟଣା ହେଉଛି । ଖାସକରି ଦ୍ରୁତ ବାଇକ ଚାଳକଙ୍କ ଯୋଗୁଁ ଏହି ଦୁର୍ଘଟଣା ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିନା ହେଲମେଟରେ ଏହି ରୁଟରେ ଓଭରବ୍ରିଜ ଉପରେ ବାଇକ ଚଳାଇବା ଉପରେ ରୋକ ଲଗାଇଛି ପ୍ରଶାସନ । ପରୀକ୍ଷାମୂଳକ ଭାବେ ଆସନ୍ତା ଗୋଟିଏ ମାସ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିବାକୁ ନିଷ୍ପତି ନିଆଯାଇଛି । ଯାହା ଆସନ୍ତାକାଲି ଠାରୁ ଲାଗୁ କରାଯିବ । ତେବେ ଏହି ନିୟମକୁ ଉଲ୍ଲଂଘନ କରି ବିନା ହେଲମେଟରେ ଗାଡି ଚଳାଉଥିବା ଚାଳକଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/BIKE_00000.png)