ରାଜଧାନୀ ଭୁବନେଶ୍ୱରରେ ୧୨ ତାରିଖ ସୁଦ୍ଧା ଆସିବ ଶତପ୍ରତିଶତ ବିଜୁଳୀ ! ପୁରୀରେ ବିଜୁଳୀ ଆସିବାକୁ ଲାଗିବ ମାସେ ।

405

ବାତ୍ୟା ଫୋନି ପାଇଁ ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବିଜୁଳୀ ଠପ୍ ହୋଇଯାଇଛି । ଯାହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି । ବିଜୁଳୀ ଅଭାବରେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଏନେଇ ପ୍ରଶାସନ ତରଫରୁ ମଧ୍ୟ ଅତିଶୀଘ୍ର ଲୋକଙ୍କ ଅସୁବିଧାକୁ ଦୂରେଇବା ପାଇଁ କାମ ଆରମ୍ଭ ହୋଇସାରିଛି । ୬ ଦିନ ଧରି ଅଖିଆ ଅପିଆ ଅବସ୍ଥାରେ ବିଜୁଳୀ ବିଭାଗୀୟ କର୍ମଚାରୀ ପରିସ୍ଥିିତି ସୁଧାରିବାକୁ ଚେଷ୍ଟା କରୁଛନ୍ତି ।

ତେବେ ରାଜଧାନୀ ଭୁବନେଶ୍ୱରରେ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍ ଯୋଗାଇ ଦିଆଯିବ ଏବଂ ୧୨ ତାରିଖ ସୁଦ୍ଧା ଶତପ୍ରତିଶତ ବିଦ୍ୟୁତ୍ ଯୋଗାଇ ଦିଆଯିବ । ଶ୍ରୀକ୍ଷେତ୍ର ପୁରୀରେ ୧୨ ତାରିଖରେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ଏବଂ ଶତପ୍ରତିଶତ ବିଦ୍ୟୁତ୍ ଯୋଗାଇଦେବା ପାଇଁ ପୁରୀରେ ଏକମାସ ସମୟ ଲାଗିବ । କଟକରେ ୮୦ ପ୍ରତିଶତ ଜଳ ଯୋଗାଇ ଦିଆଯାଇଛି ଆଜି ସୁଦ୍ଧା ୧୦୦ ପ୍ରତିଶତ ଜଳ ଯୋଗାଇ ଦିଆଯିବ । ଆଇଟିଆଇ ଓ ପଲିଟେକନିକର ଛାତ୍ରଛାତ୍ରୀମାନଙ୍କର ଟିମ୍ ପଠାଯାଇ ବିଭିନ୍ନ ଘରେ ବିଦ୍ୟୁତ୍ ସେବା ଯୋଗାଇବାରେ ସହଯୋଗ କରିବେ । ଭୁବନେଶ୍ୱର ଓ ପୁରୀଠାରେ ଏହି ଛାତ୍ରଛାତ୍ରୀମାନଙ୍କୁ ନିୟୋଜିତ କରାଯିବ । ଟେଲି କମ୍ୟୁନିକେସନ୍ ସମସ୍ୟା ପାଇଁ ବିଏସଏନଏଲ୍ ରେ କିଛି ସ୍ଥାନରେ କାମ ,ମସ୍ତ ଟେଲିକମ୍ କମ୍ପାନୀରେ କର୍ମଚାରୀ ରହିଛନ୍ତି । ଖୁବଶୀଘ୍ର ଟେଲି କମ୍ୟୁନିକେସନ୍ ସମସ୍ୟା ଦୂର ହେବ ।